ନିଜ ବେକ ଓ ହାତକୁ ବ୍ଲେଡରେ କାଟି ଦେଲେ ଯୁବକ
କାମାକ୍ଷାନଗର: ଯୁବକଙ୍କ ଉନ୍ମକ୍ତ କାଣ୍ଡ। ନିଜ ବେକ ଓ ହାତକୁ ବ୍ଲେଡରେ କାଟି ଦେଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ସରବେରେଣୀ ଗାଁରେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉକ୍ତ ଯୁବକ ଜଣଙ୍କ ହେଲେ ସରବେରେଣି ଗାଁର ପ୍ରଶାନ୍ତ ମହାନ୍ତ।
ଗତକାଲି ପ୍ରଶାନ୍ତ ଗାଁରେ ଥିବା ଠାକୁର ମଣ୍ଡପ ଉପରେ ନିଜ ବେକ ଓ ହାତକୁ କାଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରଶାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଅଧିକ ରକ୍ତସ୍ରାବ ହେବା ଯୋଗୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।
ତେବେ କେଉଁ କାରଣରୁ ପ୍ରଶାନ୍ତ ଏପରି କଲେ, ତାର କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor