ଗୁଳିଗୁଳି ସହ ଖରାରେ ସିଝୁଛନ୍ତି ରାଜ୍ୟବାସୀ
ଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ପ୍ରଚଣ୍ଡ ତାତି । ଗୁଳିଗୁଳି ସହ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ସକାଳ ୮ଟାରୁ ଖରାର ପ୍ରକୋପ ଆରମ୍ଭ ହୋଇଯାଉଛି। ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି। ପ୍ରତିଦିନର ରାଜ୍ୟର ଅଧିକାଂଶ ଜିଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସୋମବାର ରାଜ୍ୟର ୧୮ଟି ସହରର ତାପାମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୯ଟି ସହରର ତାପାମତ୍ରା ୪୨ ଡିଗ୍ରୀ ଛୁଇଁଛି। ୪୩.୩ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ରହିଛି। ବଲାଙ୍ଗୀର, ହୀରାକୁଦ, ଝାରସୁଗୁଡା , ବାରିପଦା, ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡ ଓ ବରଗଡରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି।
Powered by Froala Editor