ସୂଚନା ପ୍ରସାରଣ ମନ୍ତ୍ରାଳୟର ପରାମର୍ଶ : ଅନ୍ଲାଇନ ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ବନ୍ଦ କର
ଅନ୍ଲାଇନ ବେଟିଂକୁ ପ୍ରୋତ୍ସାହନ ଦେଉଥିବା ବିଜ୍ଞାପନ ବନ୍ଦ କରିବାକୁ ସୋମବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦ୍ଦେଶନାମା ଜାରି କରିଛି। ଦେଶର ସବୁ ଛାପା, ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମ ଉଦ୍ଦେଶ୍ୟରେ ମନ୍ତ୍ରାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ଜାରି ହୋଇଛି। ବର୍ତ୍ତମାନ ସମୟରେ ବିଭିନ୍ନ ଛାପା, ବୈଦ୍ୟୁତିକ, ସାମାଜିକ ଓ ଅନଲାଇନ ଗଣମାଧ୍ୟମରେ ଅନଲାଇନ ବେଟିଂ (ଜୁଆ ଖେଳ) ପରିଚାଳନା କରୁଥିବା ୱେବସାଇଟ/ପ୍ଲାଟଫର୍ମ ସମ୍ପର୍କରେ ସଂଖ୍ୟାଧିକ ବିଜ୍ଞାପନର ପ୍ରଚାରପ୍ରସାର କରାଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି।
ନିର୍ଦ୍ଦେଶନାମାରେ କୁହାଯାଇଛି “ବେଟିଂ ଏବଂ ଗେମ୍ବ୍ଲିଂ ଦେଶର ଅଧିକାଂଶ ଅଞ୍ଚଳରେ ବେଆଇନ। ଗ୍ରାହକଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ସାମାଜିକ ଅର୍ଥନୀତି ବିପଦ ସୃଷ୍ଟି କରିଥାଏ। ବିଶେଷକରି ଯୁବବର୍ଗ ଓ ପିଲାମାନଙ୍କ ପାଇଁ।” ତେଣୁ ଅନ୍ଲାଇନ୍ ବେଟିଂର ବିଜ୍ଞାପନ କରିବା ଦ୍ୱାରା ବେଆଇନ୍ କାମକୁ ଅଧିକ ପ୍ରୋତ୍ସାହନ ମିଳୁଛି ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
ଅନଲାଇନ ବେଟିଂ ଉପରେ ଏହି ବିଜ୍ଞାପନଗୁଡ଼ିକ ବିଭ୍ରାନ୍ତିକର ଏବଂ ଏଥିରେ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ର ନିୟମକୁ ଉଲ୍ଲଙ୍ଘନ କରାଯାଉଛି। ଏହାବ୍ୟତୀତ କେବୁଲ ଟେଲିଭିଜନ ନେଟୱର୍କ ନିୟନ୍ତ୍ରଣ ଆଇନ, ୧୯୯୫ ଅଧୀନରେ ଧାର୍ଯ୍ୟ ବିଜ୍ଞାପନ ସଂହିତାକୁ ମଧ୍ୟ ଏସବୁ ବିଜ୍ଞାପନରେ ପାଳନ କରାଯାଉନାହିଁ। ଅନୁରୂପ ଭାବେ ପ୍ରେସ କାଉନସିଲ ଆଇନ ୧୯୭୮ ଅଧୀନରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ବାରା ନିର୍ଦ୍ଧାରଣ କରାଯାଇଥିବା ସାମ୍ବାଦିକ ଆଚରଣ ସଂହିତା ଅଧୀନରେ ବିଜ୍ଞାପନ ମାନଦଣ୍ଡକୁ ମଧ୍ୟ ଏପରି ବିଜ୍ଞାପନରେ ଉଲ୍ଲଙ୍ଘନ କରାଯାଉଥିବା ମନ୍ତ୍ରାଳୟର ମାର୍ଗଦର୍ଶିକାରେ କୁହାଯାଇଛି।
ଏଥିପୂର୍ବରୁ ଅନଲାଇନ ଗେମିଂର ବିଜ୍ଞାପନ କ୍ଷେତ୍ରରେ ଭାରତୀୟ ବିଜ୍ଞାପନ ମାନକ ପରିଷଦ (ଏଏସସିଆଇ)ର ମାର୍ଗଦର୍ଶିକା ଅନୁସରଣ କରିବା ଲାଗି ୪ ଡିସେମ୍ବର, ୨୦୨୦ରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଥିଲା।
ତେଣୁ ଉପଭୋକ୍ତ ସୁରକ୍ଷା ଓ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ବିଜ୍ଞାପନ ଦେଖାଇବାରୁ ନିବୃତ୍ତ ରହିବାକୁ ବିଭିନ୍ନ ଛାପା ଗଣମାଧ୍ୟମ, ଟେଲିଭିଜନ ଡିଜିଟାଲ ଓ ସୋସିଆଲ୍ ମିଡିଆରେ ତଥା ବିଜ୍ଞାପନ ଡିଷ୍ଟ୍ରିବ୍ୟୁଟରମାନଙ୍କୁ କହିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।

Powered by Froala Editor