ବାରବାଟୀକୁ ନେଇପାରିବେନି ଖୁଚୁରା ପଇସା
ଭୁବନେଶ୍ୱର: ଆସନ୍ତାକାଲି ବାରବାଟୀରେ ଟି-୨୦ ମ୍ୟାଚ । ତେବେ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟକୁ ମନା କରାଯାଇଛି । କେବଳ ସେତକ ନୁହେଁ ମ୍ୟାଚ ବକ୍ସ, ହେଲମେଟ ଓ ବ୍ୟାଗ ମଧ୍ୟ ଷ୍ଟାଡିୟମକୁ ଅନୁମତି ନାହିଁ । ସେହିପରି ଖୁଚୁରା ପଇସା ନଆଣିଲେ ଭଲ ବୋଲି ଡିସିପି ପିନାକ ମିଶ୍ର ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ଟିକେଟରେ ନୋ ମାସ୍କ ନୋ ଏଣ୍ଟି୍ର ବୋଲି ଲେଖା ଅଛି । ତେଣୁ ମାସ୍କ ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି । ଷ୍ଟାଡିୟମରେ ମୁତୟନ ପୁଲିସ ମଧ୍ୟ ମାସ୍କ ପିନ୍ଧିବେ ବୋଲି ଡିସିପି ପିନାକ ମିଶ୍ର କହିଛନ୍ତି ।
ଏହାଛଡ଼ା ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୁଲିସ ମୁତୟନ ହେବେ । ୩ଜଣ ଡିସିପି, ୭ ଅତିରିକ୍ତ ଡିସିପି ଓ ୩୨ ଜଣ ଏସିପି ମୁତୟନ ହେବେ । ୪୫ ଜଣ ଇନସ୍ପେକ୍ଟର ଓ ୨୭୦ ଜଣ ଏସଆଇ ର୍ୟାଙ୍କ ଅଧିକାରୀ ମଧ୍ୟ ମୁତୟନ ହେବେ । ୧୧୩ ଜଣ ଟ୍ରାଫିକ ପୁଲିସ ଓ ୪୩ ଜଣ ମହିଳା କନଷ୍ଟେବଳ ରହିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଆସନ୍ତାକାଲି ହେବାକୁ ଥିବା ବାରବାଟୀ ଟି-୨୦ ମ୍ୟାଚକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଡେନ ଗାର୍ଡେନ ପରି ବାରବାଟୀରେ ମଧ୍ୟ ଏକ ଘଣ୍ଟି ଲଗାଯିବ । ମୁଖ୍ୟମନ୍ତ୍ରୀ ଘଣ୍ଟି ବଜାଇ ମ୍ୟାଚ ଆରମ୍ଭ ହେବାର ସଙ୍କେତ ଦେବା ନେଇ ଯୋଜନା ରହିଛି । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବାରୁ ଉଚ୍ଚସ୍ତରୀୟ ଅଧିକାରୀମାନେ ଶୁକ୍ରବାର ବାରବାଟୀକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ବାରବାଟୀରେ ଉପସ୍ଥିତ ରହିବେ । ତେଣୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥାରେ ଯେପରି କିଛି ତ୍ରୁଟି ନରୁହେ ସେଥିପ୍ରତି ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।
Powered by Froala Editor