ଚର୍ଚ୍ଚାରେ ବର୍ଷା-ଅନୁଭବ ବିବାଦ ମାମଲା, ପୁଣି ଏକ ମାମଲା ରୁଜୁ କଲେ ପତ୍ନୀ ବର୍ଷା

କଟକ: ପୁଣି ଚର୍ଚ୍ଚାରେ ବର୍ଷା ଅନୁଭବ ବିବାଦ ମାମଲା । ଅନୁଭବଙ୍କ ନାଁ ରେ ପୁଣି ଏକ ମାମଲା ରୁଜୁ କଲେ ପତ୍ନୀ ବର୍ଷା । ସେ କଟକ SDJMଙ୍କ କୋର୍ଟରେ କମ୍ପ୍ଲେନ କେସ୍ ରୁଜୁ କରିଛନ୍ତି । ଅନୁଭବ ତାଙ୍କର ସମ୍ମାନ ହାନି କରୁଥିବା ବର୍ଷା ପିଟିସନରେ ଉଲ୍ଲେଖ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଅନୁଭବ ବିଭିନ୍ନ ପୋଷ୍ଟ ଜରିଆରେ ଏପରି କରୁଥିବା ଉଲ୍ଲେଖ କରିଛନ୍ତି ବର୍ଷା ।
ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୫୦୬, ୫୦୯, ୫୦୧ ଓ ଆଇଟି ଆକ୍ଟର ଧାରା ୬୭ରେ ଅଭିଯୋଗ ନେଇ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି । ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋସିଆଲ ମିଡିଆରେ ଅନୁଭବଙ୍କ ବିଭିନ୍ନ ପୋଷ୍ଟ ତାଙ୍କ ସମ୍ମାନହାନୀ କରିଛି ।
ପ୍ରକାଶଥାଉ କି, ପୂର୍ବରୁ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତାଙ୍କୁ ଦୁଇ ମାସର ମହଲତ ମିଳିଛି ।
Powered by Froala Editor