୪ ହରିଣ ଶିକାରୀ ଗିରଫ, ୧୨ କେଜି ହରିଣ ମାଂସ ଜବତ
କରଞ୍ଜିଆ: ହରିଣ ଶିକାର କରି ମାଂସ ବିକ୍ରି କରି ଫେରିବା ବେଳେ ୪ଜଣଙ୍କ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ। ସେମାନେ ହେଲେ ଚକ୍ରଧର ଗାଗାରାଇ,କେସେ ହୋ,ବାସୁଦେବ ନାଏକ ଓ ସୁଦର୍ଶନ ନାଏକ।ସମସ୍ତଙ୍କ ଘର ଘର ଶିମିଳିପାଳ ପାଦ ଦେଶରେ ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ତିନିଟି ଦେଶୀ ବନ୍ଧୁକ,୧୨ କେଜି ହରିଣ ମାଂସ ଜବତ କରାଯାଇଛି।
ଏହି ୪ଜଣ ଶିକାରୀ ଶିମିଳିପାଳ ଅଭୟାରଣ୍ୟ କୁ ଏକ ବାଇକ୍ ପଶି ନିଜ ବନ୍ଧୁକ ସାହାଯ୍ୟରେ ୩ଟି ହରିଣକୁ ଶିକାର କରିଥିଲେ। ଏହି ହରିଣମାନଙ୍କର ମାଂକୁ ବିକ୍ରି କରି ବଳକା ମାଂସ ଧରି ଫେରୁଥିଲେ। ବନ ବିଭାଭ କୌଣସ ସୂତ୍ରରୁ ଏନେଇ ଖବର ପାଇଥିଲା। ଶିମିଳିପାଳ ଅଭୟାରଣ୍ୟ ର କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରୁ ଏହି ଶିକାରିଙ୍କୁ ଗିରଫ କରିଥିଲେ।
Powered by Froala Editor