ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ, କାଉଣ୍ଟର ଆଗରେ ପ୍ରବଳ ଭିଡ

କଟକ : ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଆଜିଠୁ ଅଫଲାଇନରେ ଟିକେଟ୍ ମିଳୁଛି । ଟିକେଟ୍ ପାଇବା ଲାଗି କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଟିକେଟ୍ ପାଇବା ଲାଗି କ୍ରିକେଟ୍ ପ୍ରେମୀଙ୍କ ଲମ୍ବାଲାଇନ୍ ଲାଗିଛି । ଅଫଲାଇନରେ ୧୨ହଜାର୯୩ ଟିକେଟ୍ ୯ଟି କାଉଣ୍ଟରରେ ବିକ୍ରି କରାଯିବ । ସେଥିମଧ୍ୟରୁ ୧୩୬୨ ଦାମି ଟିକେଟ୍ ଏବଂ ୧୦ହଜାର ୭୩୧ ଗ୍ୟାଲେରୀ ଟିକେଟ୍ ବିକ୍ରୟ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ଜଣାଇଛନ୍ତି । ଯେକୌଣସି ପରିଚୟ ପତ୍ର ଦେଖାଇ ଜଣେ ଦୁଇଟି ଟିକେଟ୍ କିଣିପାରିବେ ।ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯାଇଛି । ଜୁନ୍ ୧୨ରେ ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ ।
ଟିକେଟ୍ ବିକ୍ରି ପାଇଁ ଆସିଥିବା ତିନୋଟି ଷ୍ଟିଲ୍ ବିଲ୍ଡିଂ ମଧ୍ୟରୁ ହର୍ଷ ଗେଟ ପାଖରେ ଉଚ୍ଚ ଦରରେ ଟିକେଟ୍ ବିକ୍ରି କରାଯିବ । ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ, ନିୟୁ ପାଭିଲିୟନ୍ ଟିକେଟ୍ ଏଠାରେ ମିଳିବ । କର୍ପୋରେଟ୍ ବକ୍ସର ଟିକେଟ୍ ଏଥର କାଉଣ୍ଟରରେ ମିଳିବ ନାହିଁ ବୋଲି କୁହାଯାଉଛି ।
Powered by Froala Editor