ଛାତ୍ରାବାସରେ ୧୩ କରୋନା ପଜିଟିଭ ଚିହ୍ନଟ

କଟକ:କଟକ ୫୯ ନଂ ୱାର୍ଡ ବମ୍ଫକୁଦଠାରେ ଥିବା ଏକ ଘରୋଇ କଲେଜ ଛାତ୍ରାବାସରେ ୧୩ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ଛାତ୍ରାବାସରେ ମୋଟ ୨୦୦ ଜଣ ଅନ୍ତେବାସୀ ରୁହନ୍ତି। କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ସମସ୍ତଙ୍କର ଆରଟିପିସିଆର ପରୀକ୍ଷା କରାଯିବ ।
ଜିଲ୍ଲାର ଏକ ସ୍ୱାସ୍ଥ୍ୟ ପରୀକ୍ଷା ଟିମ୍ ସହ ରାଜ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ଦଳ ଆଜି ସେଠାରେ ପହଞ୍ଚି ପିଲାମାନଙ୍କ ନମୂନା ସଂଗ୍ରହ କରିବେ । ଏନେଇ କଟକ ଜିଲ୍ଲା କୋଭିଡ ନୋଡାଲ ଅଫିସର ଡ଼ାଃ ଉମେଶ ଚନ୍ଦ୍ର ରାୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି। ତେଣୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି।
କରୋନା ମହାମାରୀ ଯୋଗୁ ଦୀର୍ଘ ୨ ବର୍ଷ ପିଲାମାନେ ସ୍କୁଲ ଆସି ପାରୁ ନ ଥିବା ବେଳେ ଚଳିତ ଶିକ୍ଷା ବର୍ଷ କ୍ଲାସ୍ରେ ଆରମ୍ଭ ହୋଇଛି ପାଠପଢ଼ା । ଏବେ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଖୋଲି ସାରିଥିବା ବେଳେ ଧୀରେ ଧୀରେ ସଜାଡ଼ି ହେଉଛି ଶିକ୍ଷା ବ୍ୟବସ୍ଥା । ହେଲେ ପୁଣି ଥରେ କରୋନା ମୁଣ୍ଡ ଟେକିବା ଆରମ୍ଭ କରିଥିବାରୁ ଏହାକୁ ମୁକାବିଲା କରିବାକୁ କ’ଣ ରହିବ ସରକାରଙ୍କ ବ୍ଲୁ ପ୍ରିଣ୍ଟ, ପିଲାମାନଙ୍କୁ କିପରି ଏହା କବଳରୁ ରକ୍ଷା କରାଯିବ ସେନେଇ ଚିନ୍ତାରେ ପଡ଼ିଲେଣି ଅଭିଭାବକ ।
Powered by Froala Editor