ମହାନଦୀ ପଠାରେ ଫସିଲେ ୨ ଦନ୍ତା

ବାଙ୍କୀ: ମହାନଦୀ ପଠାରେ ଫସି ରହିଛନ୍ତି ୨ଟି ଦନ୍ତା। ବାଙ୍କୀ ଆଠଗଡ଼ ପଟୁ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟକୁ ମହାନଦୀ ପାର୍ ହୋଇ ଆସୁଥିବା ବେଳେ ଭଗୀପୁର ମହାନଦୀ ପଠାରେ ୨ଟି ହାତୀ ଫସି ରହିଛନ୍ତି। ଏନେଇ ଭଗୀପୁର ଫରେଷ୍ଟର ସଞ୍ଜୀବ କୁମାର ବେହେରା ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ବନ ବିଭାଗ ଏହି ଦୁଇଟି ହାତୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି। ସକାଳ ହୋଇଯିବାରୁ ହାତୀ ଦୁଇଟି ଜଙ୍ଗଲ ଭିତରକୁ ନଯାଇ ମହାନଦୀ ପଠାରେ ଅଟକି ରହିଛନ୍ତି। ତେବେ ହାତୀ ଦୁଇଟି କେତେବେଳେ ନଦୀ ଭିତରକୁ ପଶି ଯାଉଛନ୍ତି ତ ଆଉ କେତେବେଳେ ପାଣିରୁ ଉଠି ଆସୁଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ହେଲେ ଲୋକଙ୍କ ଗହଳି ହଟିଲେ ହାତୀ ଦୁଇଟି ଡ଼ମପଡ଼ା ଅଭୟାରଣ୍ୟକୁ ପୁଣି ଫେରିଯିବେ ବୋଲି ଅନୁମାନ କରାଯାଉଛି।
Powered by Froala Editor