ଏପରି ପ୍ରସ୍ତୁତ କରନ୍ତୁ ପଇଡ଼ ଲସି

ଗରମ ଆରମ୍ଭ ହୋଇଗଲାଣି। ଶରୀରକୁ ଥଣ୍ଡା ପ୍ରଦାନ କାମ କରିଥାଏ ଲସି। ଏହା ବହୁତ ଟେଷ୍ଟି ହେବା ସହିତ ଗରମରେ ଏକଦମ୍ ଆରାମ୍ ଦେଇଥାଏ। ଯଦି ଆମେ ପଞ୍ଜାବୀ ଲୋକଙ୍କ କଥା କହିବା ତାହେଲେ ସେମାନଙ୍କ ଭୋଜନ ଲସି ଗ୍ଲାସ ବିନା ପୂରା ହୋଇନଥାଏ। ତେବେ ଆଜି ଆମେ ଆପଣଙ୍କୁ ଏକ ବଢ଼ିଆ ଥଣ୍ଡାଇ ରେସିପି ନେଇ ଆସିଛୁ। ତାହେଲେ ଆସନ୍ତୁ ଜାଣିବା କୋକୋନଟ୍ ଲସି କେମିତି ପ୍ରସ୍ତୁତ କରିବେ।
କୋକୋନଟ୍ ଲସି ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ
୧ ବଡ ପଇଡ
୩ କପ୍ ଦହି
ପାଣି ଥିବା ପଇଡର ନାଳି
୧/୪ କପ୍ ଚିନି
୨ଟି ଲେମ୍ବୁ ରସ
ଗୋଲାପ ଜଳର କିଛି ବୁନ୍ଦା
ଆବଶ୍ୟକ ଅନୁସାରେ ବରଫ
କୋକୋନଟ୍ ଲସି ବନାଇବା ପାଇଁ ପ୍ରସ୍ତୁତି ପ୍ରଣାଳୀ
କୋକୋନଟ୍ ଲସି ବନାଇବା ପାଇଁ ସର୍ବପ୍ରଥମେ ପଇଡର ଉପର ଭାଗକୁ କାଟି ତାର ପାଣି ଏବଂ ନାଳିକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ପଇଡର ଖୋଳକୁ ଫୋପଡନ୍ତୁନାହଁ। ଏବେ ମିକ୍ସର ଜାରରେ ଦହି, ଚିନି, ଲେମ୍ବୁ ରସ, ଗୋଲାପ ଜଳ ଏବଂ ବରଫ ଖଣ୍ଡ ପକାଇ ଲସି ଭଳି ହେବା ପର୍ଯ୍ୟନ୍ତ ଚଲାନ୍ତୁ। ଆପଣଙ୍କ କୋକୋନଟ ଲସି ଏବେ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଏକ ବଡ ଗ୍ଲାସ କିମ୍ବା ନଡିଆ ଖୋଳରେ ରଖି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।
Powered by Froala Editor