ବିଲରୁ ଫେରିବା ପରେ ୨୦ ବର୍ଷର ପୁଅ ମୃତ, ଅଂଶୁଘାତ ସନ୍ଦେହ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଦେଓଗାଁ ଠାରେ ବିଲରେ ହଳ କରିବା ସମୟରେ ୨୦ ବର୍ଷିୟ ଶିଶିର ଜେନାଙ୍କର ମୃତ୍ୟୁ ଘଟିଛି । ୨୦ ବର୍ଷର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଅସହ୍ୟ ତାତିରେ ବିଲରେ ହଳ କରିବା ସମୟରେ ଅସୁସ୍ଥ ଅନୁଭବ କରିବା ଘଟଣାକୁ ନେଇ ଅଂଶୁଘାତ ଜନିତ ମୃତ୍ୟୁ ସନ୍ଦେହ କରାଯାଉଛି । ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଅରୁଣ ଜେନାଙ୍କ ପୁଅ ଶିଶିର ମଧ୍ୟାହ୍ନ ସମୟରେ ଟ୍ରାକ୍ଟର ଯୋଗେ ବିଲରେ ହଳ କରୁଥିଲେ । ମଧ୍ୟାହ୍ନ ଭୋଜନ ପରେ ପୁନର୍ବାର ବିଲରେ ହଳ କରିଥିଲେ । ଅପରାହ୍ନ ପ୍ରାୟ ୩ ଟା ସମୟରେ ହଳ ଶେଷ କରି ଘରକୁ ଫେରିଥିଲେ । ଘରେ ଥିବା ସମୟରେ ସେ ଚେତାଶୂନ୍ୟ ହୋଇପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Powered by Froala Editor