୧୯ ଜଣ ଇନ୍ସପେକ୍ଟରଙ୍କୁ ବଦଳି
କଟକ : ୧୯ ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ଗୀତାଞ୍ଜଳି ବେହେରାଙ୍କୁ ଭିଜିଲାନ୍ସରୁ ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀକୁ ବଦଳି କରାଯାଇଛି ।
ସେହିପରି ସିମନ ଲାକ୍ରାଙ୍କୁ କେନ୍ଦ୍ରାପଡ଼ାରୁ ରାଉରକେଲା, ପ୍ରକାଶ ପୃଷ୍ଟିଙ୍କୁ ଭଦ୍ରକରୁ ଭିଜିଲାନ୍ସ, ରଜନୀକାନ୍ତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲାରୁ ପୁଲିସ କମିସନରେଟ୍, ଜ୍ୟୋତିରଞ୍ଜନ ପତିଙ୍କୁ ପୁଲିସ କମିସନରେଟ୍ରୁ ରାଉରକେଲା, ଜ୍ଞାନରଞ୍ଜନ ସାମଲଙ୍କୁ ଅନୁଗୁଳରୁ ପିଟିସି ଅନୁଗୁଳ, ଚମ୍ପାବତି ପଟ୍ଟାଙ୍କୁ ରାଉରକେଲାରୁ କ୍ରାଇମବ୍ରାଞ୍ଚ, କୁମାରୀ ବେହେରାଙ୍କୁ ଜଗତସିଂହପୁରରୁ ମୟୁରଭଞ୍ଜ, ଗେଣ୍ଡୁ ସତନାମିଙ୍କୁ ବରଗଡ଼ରୁ ନୂଆପଡ଼ା, ଉପେନ୍ଦ୍ରନାଥ ଦାସଙ୍କୁ କେନ୍ଦୁଝରରୁ ପୁରୀ, ସୁରେନ୍ଦ୍ର ବେଉରିଆଙ୍କୁ ନବରଙ୍ଗପୁରରୁ ଜିଆରପି କଟକ, ତରକ୍ୟୁ ଅହମ୍ମଦଙ୍କୁ ନବରଙ୍ଗପୁରରୁ ଖୋର୍ଦ୍ଧା, ସଞ୍ଜୟ ନାୟକଙ୍କୁ ରାୟଗଡ଼ାରୁ ପୁରୀ, ବିନ୍ଦୁବାସିଣି ବିଶ୍ୱାଳଙ୍କୁ ଅନୁଗୁଳରୁ ଓଏଚ୍ଆରସି, ଅପର୍ଣ୍ଣା ପୃଷ୍ଟିଙ୍କୁ ପୁରୀରୁ ଓଏଚ୍ଆର୍ସି, ଲିଙ୍ଗରାଜ ଲେଙ୍କାକୁ କଟକରୁ ପିଟିସି ଅନୁଗୁଳ ଏବଂ ରୋଜାଲିନ୍ ପଟେଲ୍ଙ୍କୁ ବରଗଡ଼ରୁ ଯାଜପୁର, ଝୁନାରାଣୀ ସାହୁଙ୍କୁ ପିଟିସି ଅନୁଗୁଳରୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀକୁ ବଦଳି କରାଯାଇଛି ।
Powered by Froala Editor