ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ : ସ୍ବଚ୍ଛତା ବଜାୟ ରଖିବା ସହ ବିଭିନ୍ନ ଅଞ୍ଚଳ ବୁଲି ସମସ୍ୟାର ସମାଧାନ କର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରୀମଣ୍ଡଳ ରବିବାର ଶପଥ ଗ୍ରହଣ କରିଛନ୍ତି। ଏଥିସହ ନୂତନ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି। ନୂତନ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ନୂତନ ମନ୍ତ୍ରୀମାନଙ୍କୁ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ସମସ୍ୟାର ସମାଧାନ କରିବାକୁ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ୟ୍ୟରେ ସ୍ବଚ୍ଛତା ବଜାୟ ରଖିବା ଏବଂ ଦଳର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଭିନ୍ନ ଜିଲା, ବ୍ଲକ, ତହସିଲ ଓ ପଞ୍ଚାୟତ ବୁଲିବାକୁ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଜିଲାକୁ ଯାଆନ୍ତୁ ଏବଂ ଲୋକଙ୍କ ସମସ୍ୟା ବୁଝିବାକୁ ପରାମର୍ଶ ଦେଇଛନ୍ତି।
Powered by Froala Editor