ଦୋକାନରେ ପଶିଗଲା ବସ୍

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କନ୍ତଲେଇ ବସଷ୍ଟାଣ୍ଡ ନିକଟରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଗୁରୁତର ହୋଇଛି । ଗୁରୁତର ଚାଳକଙ୍କ ନାଁ ଧିରେନ୍ କୁମାର ବାରିକ ବୋଲି ଜଣାପଡ଼ିଛି । ଗାଡ଼ିର ହଠାତ୍ ଯାନ୍ତ୍ରିକ ତ୍ରୁଟି ହେବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହାଯାଇଛି ।
ସୁଚନା ମୁତାବକ ଚନ୍ଦନ ନାମକ ଘୋରୋଇ ବସ ବିମଳା ରୁ କେନ୍ଦୁଝର ଯାଉଥିବା ବେଳେ କନ୍ତଲେଇ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେବା ସହିତ ରାସ୍ତା କଡ଼ରେ ଥିବା ଏକ ବ୍ରଏଲର ଦୋକାନରେ ପଶି ଯାଇଥିଲା । ଫଳରେ ଚାଳକ ଜଣକ ଷ୍ଟିଅରିଂ ଭିତରେ ଚାପି ହୋଇ ଗୁରୁତର ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ତେଲକୋଇ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ଏଥିରେ ଯାତ୍ରା କରୁଥିବା ୩୦ ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Powered by Froala Editor