ମୋ ପାଖରୁ ଟଙ୍କା ନେଲୁ, ଧୋକ୍କା ଦେଇ ଆଉ କାହାକୁ ବାହା ହେଲୁ’

ଯେତେବେଳେ ମାଗିଲା ଟଙ୍କା, ଜିନିଷପତ୍ର ସବୁ ନେଲା । ହେଲେ ଧୋକ୍କା ଦେଇ ଆଉ କାହା ହାତ ଧରିଲା । ଏହାକୁ ନେଇ ହଙ୍ଗାମା କରିଛି ପ୍ରେମିକ । ପ୍ରେମିକା ଓ ପ୍ରେମିକାକୁ ବାହା ହୋଇଥିବା ବର ସାମ୍ନାରେ ହାଇଡ୍ରାମା କରିଛି ପୁରୁଣା ପ୍ରେମିକ । ପ୍ରେମିକା ପାଇଁ ଖର୍ଚ୍ଚ କରିଥିବା ଟଙ୍କା ମାଗିଛି । ଏମିତି କିଛି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଞ୍ଚଳରେ ।
ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ବରାଙ୍ଗ ଗ୍ରାମର ନିସାକର ବାରିକଙ୍କ ପୁଅ ଦୀନବନ୍ଧୁ ବାରିକ, ବାସୁଦେବପୁର ଥାନା ଅଧିନ ଲୁଙ୍ଗା ପଞ୍ଚାୟତର ବାରିକ ସାହି ଗ୍ରାମର ସୁଶାନ୍ତ ବାରିକଙ୍କ ଝିଅ ପୁଷ୍ପଲତା ବାରିକଙ୍କୁ ଭଲ ପାଉଥିଲେ । ଦୁଇ ଜଣଙ୍କ ବାହାଘର କରିବେ ବେଲି ଝିଅର ବାପା ପୁଅକୁ କଥା ଦେଇଥିଲେ । ପୁଅ ପାଖରୁ ଟଙ୍କା ମଧ୍ୟ ନେଇଥିଲେ । ସଂପର୍କ ଯୋଡ଼ିବା ପାଇଁ ପୁଅର ପରିବାର ଓ ଝିଅ ପରିବାର ଫୋନ ଯୋଗୋ କଥାବାର୍ତ୍ତା କରୁଥିଲେ । ସବୁକିଛି ଠିକ୍ ଠାକ୍ ଥିଲା । କିନ୍ତୁ ଗତକାଲି ରାତିରେ ହଠାତ ପୁଅ ଜାଣିବା ପାଇଁ ପାଇଲା ଯେ ଝିଅର ଅନ୍ୟ ସ୍ଥାନରେ ବାହାଘର ହେବାକୁ ଯାଉଛି । ପିରହାଟ ଥାନା ଦୈଲତପୁର ଅଞ୍ଚଳର ଯୁବକ ତାଙ୍କ ପ୍ରେମିକାକୁ ବାହା ହେଉଛନ୍ତି । ପୁଅ ଫୋନ ଯୋଗେ ଝିଅର ବାପାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇନଥିଲେ ।
ଆଜି ସକାଳୁ ବାହାଘର ସରିବା ପରେ ପୁଷ୍ପଲତା ଓ ତାଙ୍କ ସ୍ୱାମୀ କାର ଯୋଗେ ଯାଉଥିବା ବେଳେ ଦୀନବନ୍ଧୁ ଇଛାପୁର ଠାରେ ଗାଡ଼ି ଅଟକାଇଥିଲେ। ଏଥିସହ ପୁଷ୍ପଲତାଙ୍କୁ ଜବାବ ମାଗିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା। ଦୀନବନ୍ଧୁ କହିଛନ୍ତି, “ଝିଅ ମୋତେ ଭଲ ପାଉଥିଲା ଓ ମୁଁ ବି ତାକୁ ଭଲ ପାଉଥିଲି। ସବୁ କିଛି ଠିକ୍ ଠାକ ଚାଲିଥିଲା। ତା’ ବାପା ବି ମୋ ସହ ଝିଅର ବାହାଘର ହେବ ବୋଲି କଥା ଦେଇଥିଲେ। ସୁବିଧା ଅସୁବିଧା ବେଳେ ଝିଅର ବାପା ମୋ ଠାରୁ ଟଙ୍କା ମଧ୍ୟ ନେଉଥିଲେ। ହେଲେ ୨ ବର୍ଷ ହେଲା ଝିଅର ବାପା ମୋ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ।
କିନ୍ତୁ ୮ ଦିନ ତଳେ ସେ ନିଜ ଆଡ଼ୁ ମୋତେ ଫୋନ କରିଥିଲେ। ମୋ ବାପା ମା’ଙ୍କ ସହ କଥା ହୋଇ ଝିଅ ସହ ବାହାଘର କରିବାକୁ ମଧ୍ୟ କଥା ଦେଇଥିଲେ। କୋଲକାତାରୁ ୯ ତାରିଖରେ ଆସିଲେ ବାହାଘର ହେବ ବୋଲି ସେ ମୋତେ କହିଥିଲେ। ହେଲେ କାଲି ମୁଁ ଆଉ ଗୋଟିଏ ପିଲାକୁ ଫୋନ କରିବାରୁ ଝିଅର ବାହାଘର ବିଷୟରେ ଜାଣିବାକୁ ପାଇଥିଲି। ୮ ବର୍ଷ ହେଲା ଆମ ଭଲ ପାଇବା ଥିଲା। ହେଲେ ଏବେ ସେ ମୋତେ ଧୋକ୍କା ଦେଇଛି।”
ଏଭଳି ଡ୍ରାମା ରାସ୍ତାରେ ଚାଲୁଥିବାବେଳେ ପୁଲିସ ପହଞ୍ଚି ସମାଧାନ କରିଛି । ଝିଅ ଓ ବର ଉଭୟ ସେମାନଙ୍କ ଘରକୁ ଯାଇଛନ୍ତି । ପୁଲିସ ଦୀନବନ୍ଧୁ ଓ ପୁଷ୍ପଲତାଙ୍କ ବାପାଙ୍କୁ କିଛି ମସୟ ଥାନାକୁ ଆଣି ଛାଡି ଦେଇଛି ।
Powered by Froala Editor