ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଜଗନ୍ନାଥ ସେବାୟତ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଜଗନ୍ନାଥ ସେବାୟତ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଐତିହ କରିଡର କାର୍ୟ୍ୟ ଆଗକୁ ବଢ଼ିବା ସହ ଆସନ୍ତା ରଥଯାତ୍ରା ସୁରୁଖୁରୁରେ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ସେବାୟତ । କୋଭିଡ଼ କାରଣରୁ ଗତ ୨ ଦୁଇ ବର୍ଷ ରଥଯାତ୍ରାରେ ସାଧାରଣ ଭକ୍ତଙ୍କୁ ବାରଣ କରାଯାଇଥିଲା । ତେଣୁ, ଚଳିତ ବର୍ଷ ରଥଯାତ୍ରାରେ ଭକ୍ତ ସମାଗମ ଅଧିକ ହେବ ।
୨୦୧୫ ନବକଳେବଳ ପରି ଲୋକ ସମାଗମ ହେବର ସମ୍ଭାବନା ରହିଛି । ତେଣୁ, ଏହାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରିବାକୁ ସେବାୟତ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ୪୦ରୁ ଉର୍ଦ୍ଧ୍ବ ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ସହ ଜଡିତ ୪ ଆଶ୍ରମ ଓ ପଞ୍ଚୁ ମହାଦେବଙ୍କ ପୀଠର ଉନ୍ନତିକରଣ ଲାଗି ପ୍ରସ୍ତାବ ରଖିଛନ୍ତି । ରଥଯାତ୍ରା ସୁରୁଖୁରୁରେ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେବାୟତ କହିଛନ୍ତି ।
Powered by Froala Editor