ବନ୍ଦ ହେବନି ପରିକ୍ରମା ପ୍ରକଳ୍ପ, ମାମଲା ରଦ୍ଧ
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ ହେବନାହିଁ । ଏହି ପ୍ରକଳ୍ପ ବନ୍ଦକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିବାବେଳେ ଏହାକୁ ରଦ୍ଧ କରିଦିଆଯାଇଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀମନ୍ଦିର ଉପରେ ବିପଦ ରହିଛି । ଐତିହ୍ୟ ବି ନଷ୍ଟ ହେଉଛି । ଧାର୍ମିକ ପୀଠ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେଉଛି । ଆଧ୍ୟାତ୍ମିକତା ଉପରେ ବି ପ୍ରଶ୍ନ ଉଠୁଛି । ଏହି ପ୍ରକଳ୍ପକୁ ଏଏସଆଇ ଅନୁମତି ଦେଇନାହିଁ । ତେଣୁ ଏହାକୁ ବନ୍ଦ କରିବା ନିମନ୍ତେ ସୁପ୍ରିମକୋର୍ଟରେ ପିଟିସନ ଦିଆଯାଇଥିଲା । ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀବେଳେ ଭକ୍ତଙ୍କ ପାଇଁ ଏଭଳି ସୁବିଧା କରାଯାଉଛି ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ଆଡ଼ଭୋକେଟ ଜେନେରାଲ ନିଜେ ଏହି ମାମଲା ପରିଚାଳନା କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣୀ କରି ଗତକାଲି ରାୟ ସଂରକ୍ଷିତ ରଖିଥିଲେ । ଆଜି ସୁପ୍ରିମକୋର୍ଟ ଏନେଇ ରାୟ ପ୍ରକାଶ କରିଥିଲେ । ଲିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି ।
Powered by Froala Editor