ଆଜି ବିଶ୍ୱ ସାଇକେଲ ଦିବସ
ଭୁବନେଶ୍ୱର: ଆଜି ବିଶ୍ୱ ସାଇକେଲ ଦିବସ । ସାଇକେଲ ଚଲାଇବା ଦ୍ୱାରା ଦେହ ଫୁର୍ତ୍ତି ରହିବା ସହ ମନ ମଧ୍ୟ ହାଲକା ଲାଗେ । ସମସ୍ତ ବ୍ୟକ୍ତି ବିଶେଷ ସୁସ୍ଥ, ସବଳ ରହିବା ପାଇଁ ସାଇକେଲିଙ୍ଗ କରିବା ନିତ୍ୟାନ୍ତ ଆବଶ୍ୟକ । ପିଲା ଠାରୁ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ସାଇକେଲ ଚଲାଇବା ଉଚିତ । ଏହି ଅବସରରେ ଟ୍ୱିନ୍ ସିଟିରେ ଆରମ୍ଭ ହୋଇଛି ସାଇକ୍ଲୋଥୋନ୍ । ସମଗ୍ର ବିଶ୍ୱକୁ ଘାରିଛି ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ଚିନ୍ତା । ଏହାର ପ୍ରତିକାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ଟ୍ୱିନ୍ ସିଟିରେ ଆୟୋଜିତ ହୋଇଛି ସାଇକ୍ଲୋଥନ୍ । ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ନିକଟରୁ ସାଇକ୍ଲୋଥନ୍ ବାହାରି ୧୦ କିଲୋମିଟର ଅତିକ୍ରମ କରି ଶିଶୁଭବନ ପର୍ଯ୍ୟନ୍ତ ଯାଇଥିଲା ।
ଏହି ସାଇକ୍ଲୋଥନ୍ ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ହକି ତାରକା ତଥା ପୂର୍ବତନ ସାଂସଦ ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ । ପଦ୍ମଶ୍ରୀ ଯୋଗ ସ୍ପୋର୍ଟସ ଅର୍ଗନାଇଜେସନ୍ ଓ ରୋଟାରୀ କ୍ଲବ କଟକର ମିଳିତ ସହଯୋଗରେ ସାଇକ୍ଲୋଥନର ଆୟୋଜନ କରାଯାଇଥିଲା । କଟକ ଆନନ୍ଦ ଭବନଠାରୁ ଚୌଦ୍ୱାର ପର୍ଯ୍ୟନ୍ତ ସାଇକେଲ ଯାତ୍ରା ଯାଇଥିଲା ।
Powered by Froala Editor