ନାହିଁ ନିସ୍ତାର, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ
ଭୁବନେଶ୍ୱର: ନାହିଁ ନିସ୍ତାର, କଲବଲ କରୁଛି ଗୁଳୁଗୁଳି । ପାରଦ ୪୫ ଡିଗ୍ରୀ ପାଖାପାଖି ପହଞ୍ଚି ଯାଇଛି । ଗୁଳୁଗୁଳି ନୟାନ୍ତ କରୁଛି । ଏପଟେ ଦିନକୁ ଦିନ ମୌସୁମୀର ଆଶା ଘୁଞ୍ଚିବାରେ ଲାଗିଛି । ରଜ ଆଗରୁ ମୌସୁମୀ ଓଡ଼ିଶା ଆସିବା ସମ୍ଭାବନା କ୍ଷୀଣ । ଅର୍ଥାତ ଏଭଳି ଅସହ୍ୟ ଗ୍ରୀଷ୍ମ ଜ୍ୱାଳା ଜାରି ରହିବ ରାଜ୍ୟରେ । ରାଜ୍ୟର ୧୫ଟି ଜାଗାରେ ଗୁରୁବାର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ଥିଲା । ଏଥିରୁ ୯ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର କରିଥିଲା । ସୋନପୁରରେ ପାରଦ ୪୪.୮ ଡିଗ୍ରୀ ଛୁଇଁଥିବାବେଳେ ଟିଟିଲାଗଡ଼ ୪୪.୪, ବଲାଙ୍ଗିର ୪୪.୫ ଝାରସୁଗୁଡ଼ା ୪୩.୪., ଉପକୂଳ ଓଡ଼ିଶାରେ ତାତି ୪୦ ଡ଼ିଗ୍ରୀ ତଳେ ଥିଲା । ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡିଶା କଲବଲ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁୟାୟୀ, ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଅଧିକ ରହିପାରେ ।
୧୫ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା କମ୍ । ଆଇଏମଡ଼ି ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଅନୁଯାୟୀ, ୩ରୁ ୯ ପର୍ଯ୍ୟନ୍ତ ଓଡିଶାରେ ତାପମାତ୍ରା ଅଧିକ ରହିବ । ୧୦ରୁ ୧୬ ତାରିଖ ମଧ୍ୟରେ କିଛି ସ୍ଥାନରେ ବର୍ଷା ହୋଇପାରେ ।
Powered by Froala Editor