ପୁରୁଣା ଗାଡିରେ କିପରି ଲଗାଇବେ ହାଇସିକୁ୍ୟରିଟି ନମ୍ବର ପ୍ଲେଟ୍ ଜାଣନ୍ତୁ
କଟକ : ପୁରୁଣା ଗାଡିର ହାଇସିକୁ୍ୟରିଟି ନମ୍ବର (ଏଚ୍ଏସ୍ଆରପି) ଓ ରଂଗୀନ ଷ୍ଟିକରଯୁକ୍ତ (କଲର୍ କୋଟେଡ୍) ନମ୍ବର ପ୍ଲେଟ୍ ବୁକ୍ ପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଅନଲାଇନ୍ ସେବା ଆରମ୍ଭ ହୋଇଛି । ଆସନ୍ତା ଜୁନ୍ ପହିଲାରୁ ଏହି ସେବା ଉପଲବ୍ଧ ହେବ । ଲୋକେ siam.inରେ ଲଗ୍ଇନ୍ କରି ଏହି ପ୍ଲେଟ୍ ବୁକ୍ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟୁଇଟ୍ କରି ଜଣାଯାଇଛି । ସୂଚନା ଅନୁସାରେ, କେନ୍ଦ୍ର ସରକାର ମୋଟର ଭେଇକିଲ୍ ନିୟମ ଅନୁସାରେ ଏଣିକି ସମସ୍ତ ଗାଡିରେ ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।
ରାଜ୍ୟ ସରକାର ମଧ୍ୟ ଏହି ନିୟମକୁ କଡାକଡି କରିଛନ୍ତି । ନୂଆ ପୁରୁଣା ସମସ୍ତ ଗାଡିରେ ଏଣିକି ଏହି ହାଇସିକୁ୍ୟରିଟି ନମ୍ବର ପ୍ଲେଟ୍ ବ୍ୟବହାର କରିବାକୁ କୁହାଯାଇଛି। ଗତ ୨୦୧୯ରୁ ପଞ୍ଜିକୃତ ସମସ୍ତ ଗାଡି ଏହି ନମ୍ବର ବ୍ୟବହାର କରୁଥିବାବେଳେ ଗତ ୨୦୧୯ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡିଗୁଡିକ ମଧ୍ୟ ଏହି ନମ୍ବର ପ୍ଲେଟ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ଗାଡିରେ ନୂଆ ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।
Powered by Froala Editor