ବାରବାଟୀ ଟି-୨୦ ପାଇଁ କାଲିଠୁ ଟିକେଟ୍ ବିକ୍ରି ଆରମ୍ଭ
କଟକ ଅଫିସ: ବାରବାଟୀ ଟି-୨୦ ପାଇଁ ଆସନ୍ତା ଜୁନ୍ ୧ରେ ଅନ୍ଲାଇନରେ ଟିକେଟ୍ ବୁକିଂ ଆରମ୍ଭ ହେବ । ଏ ନେଇ ଓସିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ବୁକିଂ ପେଟିଏମ୍ ଇନ୍ ସାଇଡର ଆପ୍ ଏବଂ ପେଟିଏମ୍ ଆପ୍ ଦ୍ୱାରା ହିଁ କରିହେବ । www.insider.in ଓ୍ବେବ୍ସାଇଟ୍ରେ ମଧ୍ୟ ଟିକେଟ୍ ଉପଲବ୍ଧ ହେବ । ଦିନ ୧୧ଟାରୁ ୫ ହଜାର ଟିକେଟ୍ ଅନଲାଇନରେ ବିକ୍ରି କରାଯିବ । ୨,୪,୭ ନଂ ଗ୍ୟାଲେରୀ, ସ୍ପେଶାଲ ଏନକ୍ଲୋଜର ଏବଂ ଏସି ବକ୍ସ ପାଇଁ ବୁକିଂ ହେବ । ସେହିପରି ଜୁନ୍ ୯ରୁ ଅଫଲାଇନରେ ଟିକେଟ ବୁକିଂ ହେବ । ଜଣେ ୨ଟି ଟିକେଟ୍ ବୁକିଂ କରିପାରିବେ । ତେବେ ଟିକେଟ୍ ବୁକିଂ ବେଳେ ପରିଚୟ ପତ୍ର ଦେବାକୁ ପଡିବ ।
ଅନଲାଇନ୍ ଟିକେଟ କରିଥିବା ବ୍ୟକ୍ତି ୯ ତାରିଖରୁ ୧୧ ତାରିଖ ମଧ୍ୟରେ ଦିନ ୧୦ଟାରୁ ୬ ଟା ମଧ୍ୟରେ ସେମାନଙ୍କ ଟିକେଟ ହାର୍ଡକପି ସଂଗ୍ରହ କରିବେ । ଉଭୟ ଅଫଲାଇନ ଏବଂ ଅନଲାଇନ୍ରେରେ ଟିକେଟ୍ ବିକ୍ରି ହେବ । ଭୁବନେଶ୍ୱର ଓ କଟକରେ ଖୋଲିବ ଦୁଇଟି ଲେଖାଏଁ କାଉଣ୍ଟର । ତେବେ ଏଥର ଟିକେଟ୍ ଦର ବଢିବ । ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯିବ । ଜୁନ୍ ୧୨ରେ ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚ ।
Powered by Froala Editor