୧୦୦ ଫୁଟ ଗଭୀର କୂଅରେ ଖସିପଡ଼ିଲେ ବୃଦ୍ଧା, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଆଜି ପୁରୀ ସୁଆର ସାହିରେ ଅଭାବନୀୟ ଘଟଣା ଘଟିଛି। ୭୪ବର୍ଷିୟା ହରପ୍ରିୟା ମହାପାତ୍ର ଘର ଭିତରେ କୂଅ ଉପରେ ପଡ଼ିଥିବା ଜାଲି ଉପରେ ବସିଥିବା ବେଳେ ଭିତରକୁ ଗଳିପଡ଼ିଥିଲେ। କୂଅ ୧୦୦ ଫୁଟ ଗଭୀର ଥିବାବେଳେ ବୃଦ୍ଧାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚିବା ପରେ କୂଅ ଭିତରେ ପଶି ଏହି ବୃଦ୍ଧାଙ୍କୁ ଉଦ୍ଧାର କରିଛି। ଆହତ ବୃଦ୍ଧାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବର ଅନୁସାରେ ହରପ୍ରିୟା ମହାପାତ୍ର କୂଅ ଉପରେ ପଡ଼ିଥିବା ଜାଲି ଉପରେ ବସିଥିବା ବେଳେ ଭିତରକୁ ଖସିପଡ଼ିଥିଲେ। ଏନେଇ ତାଙ୍କ ପୁଅ ମଦନମୋହନ ପ୍ରତିହାରୀ କହିଛନ୍ତି, ସେ ଦେଉଳକୁ ଯାଇଥିବା ବେଳେ ଖବର ପାଇଥିଲେ ଯେ ତାଙ୍କ ମା’ କୂଅ ଭିତରେ ଖସି ପଡ଼ିଛନ୍ତି। ତୁରନ୍ତ ଏନେଇ ସେ ୧୧୨ ନଂରେ ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରି ସହାୟତା ମାଗିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ମା’ଙ୍କୁ ଉଦ୍ଧାର କରିଥିଲା।
ପାଇଖାନା ଯାଉଥିବା ବେଳେ ମୁଣ୍ଡ ବୁଲାଇ ହେବାରୁ ମା’ ଘର ଭିତରେ ଥିବା କୂଅ ଉପରେ ବସି ପଡ଼ିଥିବା ଅନୁମାନ କରିଛନ୍ତି। ତେବେ ଦୁର୍ଭାଗ୍ୟକୁ ଜାଲି ଭାଙ୍ଗି ମା’ ଗଭୀର କୂଅ ଭିତରେ ପଡ଼ିଯାଇଥିଲେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।
Powered by Froala Editor