ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

କାମାକ୍ଷାନଗର : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ। ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ ଜିବାନନ୍ଦ ଶତପଥୀ। ଅନୁଗୁଳ ଜିଲ୍ଲା ଭିଜିଲାନ୍ସ ଟିମ୍ ଜୀବାନନ୍ଦ ଶତପଥୀଙ୍କୁ ଧରିବାରେ ସଫଳ ହୋଇଛନ୍ତି।
ସୂଚନାନୁଯାୟୀ, କାମାକ୍ଷାନଗର ବ୍ଲକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକଙ୍କ ଠାରୁ ଇନକମ୍ ଟ୍ୟାକ୍ସ ବିଲ୍ କମ୍ କରାଇ ଦେବା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କ କନିଷ୍ଠ କିରାଣୀ ଜିବାନନ୍ଦ ଶତପଥୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଅନୁଗୁଳ ଜିଲ୍ଲା ଭିଜିଲାନ୍ସ ଟିମ୍ ହାତରେ ଜିବାନନ୍ଦ ଶତପଥୀ ଧରା ପଡିଛନ୍ତି । ତାଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।
Powered by Froala Editor