ଖେଳୁଥିବାବେଳେ ଫୁଟିଗଲା ଅଫୁଟା ବାଣ, ୪ ନାବାଳକ ଗୁରୁତର

ଅଫୁଟା ବାଣରେ ନିଆଁ ଲଗାଉଥିବା ବେଳେ ବାଣ ବିସ୍ପୋରଣ ଘଟି ୪ ନାବାଳକ ଗୁରୁତର ହୋଇଛନ୍ତି । ଆହତମାନେ ହେଲେ କାହ୍ନା ମହାରାଣା (୧୩), ସାହିଲ ମହରାଣା (୪), ଚୁବୁଲୁ ମହାରଣା (୧୨) ଓ ବଳରାମ ନାୟକ (୧୧ )। ଏ ଦୁର୍ଘଟଣା ଘଟିଛି ଜଗତସିଂହପୁର ଅନ୍ତର୍ଗତ କନକପୁର ଗାଁରେ । ଗୁରୁତର ମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଚନ୍ଦନ ଯାତ୍ରାରେ ବ୍ୟବହୃତ ଅଫୁଟା ବାଣକୁ ସଂଗ୍ରକ କରି ୪ ଜଣ ନାବାଳକ ସେଥିରୁ ବାରୁଦ ବାହାର କରି ନିଆଁ ଲଗାଉଥିବା ବେଳେ ବିସ୍ପୋରଣ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଜଗତସିଂହପୁର ଜିଲ୍ଲା କନକପୁର ଗାଁରେ ଘର ପାଖରେ ଥିବା ଏକ ଖେଳ ପଡ଼ିଆରେ ନାବାଳକମାନେ ଖେଳୁଥିଲେ। ଏହି ଖେଳିବା ସମୟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଜିନିଷ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ଜଣେ ବାଳକୁ ସେଠାକୁ ଯିବା ସମୟରେ ଅନ୍ୟ ୩ ଜଣ ବାଳକ ମଧ୍ୟ ସାମିଲ ହୋଇଥିଲେ। ପିଲାମାନେ ପାଇଥିବା ଜିନିଷ ଏକ ବାଣ ଥିଲା ଏବଂ ଏହା ଅଳ୍ପ ସମୟ ମଧ୍ୟରେ ବିସ୍ଫୋରଣ ଘଟିଥିଲା। ଫଳରେ ୪ ଜଣ ଯାକ ନାବାଳକ ଆହତ ହୋଇ ଯାଇଥିଲେ। ବିସ୍ଫୋରଣର ବାରୁଦ ନିଆଁ ପିଲାମାନଙ୍କର ମୁହଁ, ହାତ, ଗୋଡ, ପେଟ ଆଦି ସ୍ଥାନରେ ଲାଗିଛି।
Powered by Froala Editor