ଟଙ୍କା ପାଇଁ ଗୁଳି ମାରିଲେ, କିନ୍ତୁ ନେଇଗଲେ ଖାତା ଭର୍ତ୍ତି ବ୍ୟାଗ୍
ରବିବାର ରାତି ୮ଟାରେ ଯୋଡା କଲ୍ୟାଣମଣ୍ଡପରେ ଗୁଳିକାଣ୍ଡ ହୋଇଛି । ୩ ଦୁବୃର୍ତ୍ତ ଲୁଟ୍ କରିବାକୁ ଜଣେ ଦୋକାନୀ କମଚାରୀଙ୍କୁ ଗୁଳି ମାଡ କରିଛନ୍ତି । ତେବେ ସୌଭାଗ୍ୟବଶତଃ କର୍ମଚାରୀଙ୍କ ଗୋଡରେ ଗୁଳି ବାଜିଛି । ଏବଂ ତାଙ୍କ ଠାରୁ ଲୁଟେରା ଯେଉଁ ବ୍ୟାଗ୍ ଛଡାଇ ନେଇଛନ୍ତି ସେଥିରେ ଟଙ୍କା ନୁହେଁ ବରଂ ଦୋକାନ ଖାତାପତ୍ର ଥିଲା ବୋଲି କର୍ମଚାରୀ କହିଛନ୍ତି ।
ତେବେ ଗୁଳିକାଣ୍ଡ ପରେ ଯୋଡା ପୋଲିସ ତଦନ୍ତ କରୁଛି । ଆହତ କର୍ମଚାରୀଙ୍କ ନାଁ ରାଜେଶ ମହାକୁଡ। ସେ ଗୋଏଲ ଟ୍ରେଡର୍ସ ନାମକ ହୋଲସେଲ୍ ଦୋକାନର କାମକରନ୍ତି । ଦୋକାନ ବନ୍ଦ ହେବାପରେ ଦୋକାନ ମାଲିକ ଖାତାପତ୍ର ଥିବା ଏକ ବ୍ୟାଗ ରାଜେଶ ହାତରେ ଦେଇ କଲ୍ୟାଣ ମଣ୍ଡପ ନିକଟରେ ଥିବା ତାଙ୍କ ଘରକୁ ପଠାଇଥିଲେ ।
ତେବେ ଏହି ସମୟରେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ରାଜେଶଙ୍କ ଉପରକୁ ୨ରାଉଣ୍ଡ ଗୁଳି ଚଳାଇ ତାଙ୍କ ହାତରେ ଥିବା ବ୍ୟାଗଟିକୁ ଛଡାଇ ନେଇଥିଲେ । ଗୁଳି ଫୁଟାଇବା ସମୟରେ କର୍ମଚାରୀ ଜଣକ ସାହସର ସହିତ ଦୁର୍ବୃତ୍ତମାନଙ୍କୁ ଠେଲି ଦେବାରୁ ଗୁଳିଟି ତାଙ୍କ ଶରୀରର ଉପର ଭାଗରେ ନବାଜି ଡାହାଣ ଗୋଡ ଆଣ୍ଠୁରେ ବାଜିଥିଲା । ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ ଭାବି ଏହି ଲୁଟ୍ କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଆହତ ରାଜେଶ ମହାକୁଡକୁ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।
Powered by Froala Editor