ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ସବସିଡି

ପେଟ୍ରୋଲ ଓ ଡିଜେଲ୍ ପରେ ଗ୍ୟାସ୍ ଦରରେ ବି ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟି ଉପଭୋକ୍ତା ଲାଭବାନ ହେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ମହଙ୍ଗା ସ୍ଥିତି ଉପରେ ବ୍ରେକ୍ ଲଗାଇବାକୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି, ‘ଆମେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୯ କୋଟିରୁ ଅଧିକ ଲାଭାର୍ଥୀଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡର (୧୨ଟି ସିଲିଣ୍ଡର ଯାଏଁ)ର ସବସିଡି ପ୍ରଦାନ କରିବେ। ଏହାଦ୍ୱାରା ଆମ ମାଆ, ଭଉଣୀଙ୍କୁ ବହୁ ଉପକୃତ ହେବେ’।
କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି, ‘ଯେବେଠାରୁ କେନ୍ଦ୍ରରେ ପିଏମ ମୋଦୀଙ୍କ ସରକାର ଆସିଛି ସେବେଠୁ ଗରିବଙ୍କ କଲ୍ୟାଣ ପାଇଁ କାମ କରୁଛି। ଆମେ ଗରିବ ଏବଂ ମଧ୍ୟମ ବର୍ଗକୁ ସାହାଯ୍ୟ କରିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ। ବଢିଚାଲିଥିବା ମୁଦ୍ରାସ୍ପୀତିକୁ କମାଇବାକୁ ରିଜର୍ଭ ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ସୁଧହାର ବୃଦ୍ଧି କରିଥିଲା । ଏବେ ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ମୁଦ୍ରାସ୍ପୀତି ଜନିତ ଜଟିଳ ସ୍ଥିତି ଲାଘବ ହେବା ଆଶା କରାଯାଉଛି ।
Powered by Froala Editor