କାନ୍ସ ଫେଷ୍ଟିଭାଲ୍ରେ ବଲିଉଡ ସୁନ୍ଦରୀଙ୍କ ଜଲୱା, ମନ କିଣିଲା ଦୀପିକାଙ୍କ ଦେଶୀ ଲୁକ୍
କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ରେ ଯୋଗ ଦେବା ପାଇଁ ବଲିଉଡର ଅନେକ ନାମୀଦାମୀ କଳାକାର ପହଞ୍ଚିଛନ୍ତି। କାନ୍ସର ରେଡ କାର୍ପେଟରେ ଦୀପିକା ପାଦୁକୋନ, ଐଶ୍ଚର୍ଯ୍ୟା ନିଜ ସୁନ୍ଦରତାର ଯାଦୁ ଚଲାଇଥିବା ବେଳେ ଉର୍ବଶୀ ରୌତେଲା, ତେଲଗୁ ସୁପରଷ୍ଟାର ତମନ୍ନା, ଟିଭି ଅଭିନେତ୍ରୀ ହିନା ଖାନ ମଧ୍ୟ ନିଜ ଉପସ୍ଥିତି ଜାହିର କରିଛନ୍ତି।
ଏହି ବର୍ଷ ଦୀପିକା କାନ୍ସ ଫିଲ୍ମ ଫେଷ୍ଟିଭାଲର ଜୁରୀର ଏକ ଅଂଶ ହେବା ସହ ରେଡ କାର୍ପେଟରେ ଜଲୱା ଜାରି ରଖିଛନ୍ତି। ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ବ୍ଲାକ୍ ଏବଂ ଗୋଲ୍ଡେନ୍ ଶାଢୀରେ ଦୀପିକା ଚମତ୍କାର ଦେଖାଯାଉଛନ୍ତି। କାନ୍ସରେ ପ୍ରଥମ ଥର ଉର୍ବଶୀ ତାଙ୍କ ଲୁକ୍ରେ ମତୁଆଲା କରିଛନ୍ତି। ଧଳା ଗାଉନ୍ ପିନ୍ଧି ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି । ଧଳା ଗାଉନରେ ରେଡ କାର୍ପେଟରେ ଉର୍ବଶୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କାନ୍ସରେ ତାଙ୍କର ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାବାଦ କାନ୍ସ ରେଡ କାର୍ପେଟ ପାଇଁ ତେଲଗୁ ସୁରପଷ୍ଟାର ତମନ୍ନା ଭାଟ୍ଟିଆ ମୋନୋକ୍ରୋମ୍ ଗାଉନ୍ ବାଛିଥିଲେ। ଏହାକୁ ଶଲିନା ନଥାନୀ ଡିଜାଇନ କରିଥିଲେ। ନିଜ ଲୁକ୍କୁ କମ୍ପ୍ଲିଟ କରିବାକୁ ତମନ୍ନା ଡାଇମଣ୍ଡ ଇୟରରିଙ୍ଗ୍ସ ସହ ଡ୍ରାମାଟିକ ଆଇ ମେକଅପ ଓ ନ୍ୟୁଡ ଲିପ୍ସ ଚୟନ କରିଥିଲେ।
ଅଭିନେତ୍ରୀ ହିନା ଖାନ ମଧ୍ୟ କାନ୍ସ ଫେଷ୍ଟିଭାଲରେ ଗ୍ଲାମରର ତଡ଼କା ଲଗାଇଛନ୍ତି। ହିନା ନିଜ ଲୁକ୍ ପାଇଁ ରାମୀ ଅଲି ଅଲି ଲେବୁଲର ରେଡ ଷ୍ଟ୍ରାପଲେସ୍ ଗାଉନ ସହ ଚଙ୍କି ଇୟରରିଙ୍ଗ୍ସ ଓ ମେସି ହେୟାର ଷ୍ଟାଇଲ୍କୁ ବାଛିଥିଲେ। ଅନ୍ୟପଟେ ପୂଜା ହେଗଡେ ମଧ୍ୟ ଏଥିରେ ସାମିଲ୍ ହୋଇଛନ୍ତି । କିନ୍ତୁ ପୂଜା ତାଙ୍କ ଆଉଟ୍ଫିଟ୍ ବାକି ସମସ୍ତଙ୍କ ଠାରୁ ଅଲଗା ରଖିଛନ୍ତି । ବ୍ଲାକ୍ ରଙ୍ଗର ସ୍କର୍ଟ ପିନ୍ଧିଥିବା ବେଳେ ହ୍ବାଇଟ୍ର ରଙ୍ଗର ସର୍ଟ ପିନ୍ଧିଛନ୍ତି।
ଚଳିତବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଖାସ୍ ରହିଛି। ଭାରତକୁ ଏଥର ‘କଣ୍ଟ୍ରି ଅଫ୍ ଅନର’ରେ ସମ୍ମାନିତ କରାଯିବ।
Powered by Froala Editor