ବୋଲେରୋରୁ ଟାଣି ଆଣି ଖଣ୍ଡାରେ ହାଣିଦେଲେ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢାମ୍ବ ବାହଲପଲ୍ଲୀ ହ୍ରଦ ରାସ୍ତାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡରେ ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ଦୁର୍ବୃତ୍ତ ବିଚ୍ ରାସ୍ତାରେ କାର୍ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ହତ୍ୟା କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । କବିସୂର୍ଯ୍ୟନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ଉଭୟ କାର୍ ଓ ବୋଲେରୋ ଜବତ କରିଛି।
ଖଇରପଲ୍ଲୀ ଗ୍ରାମକୁ ଯାଇ ଫେରୁଥିବା ବେଳେ ନିକଟ ବାହଲପଲ୍ଲୀ ହ୍ରଦ ରାସ୍ତାରେ ଦୁର୍ବୃତ୍ତମାନେ ବୋଲେରୋରେ ଆସି ତାଙ୍କୁ ଅଟକାଇଥିଲେ। କାର୍ ଡ୍ରାଇଭର୍ ଓ ରାଜେନ୍ଦ୍ରଙ୍କ ସହଯୋଗୀ ଜୀବନ ବଞ୍ଚାଇବାକୁ କାର୍ରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ। ରାଜେନ୍ଦ୍ରଙ୍କୁ କାର୍ ଭିତରୁ ଟାଣି ଆଣି ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ଆଖପାଖ ଗ୍ରାମବାସୀ ଆସିଯିବାରୁ ଦୁର୍ବୃତ୍ତମାନେ ଆଣିଥିବା ବୋଲେରୋକୁ ଛାଡ଼ି ପଳାଇଥିଲେ।
Powered by Froala Editor