ଆସାମରେ ଭୂସ୍ଖଳନ : ୩ ମୃତ, ମାଟିରେ ମିଶିଲା ୮୦ରୁ ଅଧିକ ଘର

ଆସାମରେ ହୋଇଥିବା ବନ୍ୟା ଯୋଗୁ ଡିମାହାସା ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଜିଲ୍ଳାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଭୂସ୍ଖଳନ ଯୋଗୁ ୧୨ଟି ଗାଁର ପ୍ରାୟ ୮୦ରୁ ଊର୍ଦ୍ଧ୍ଵ ଘର ମାଟିରେ ମିଶିଯାଇଛି । ଏବେ ବି ଅନେକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବନ୍ୟାରେ ୬ଟି ଜିଲ୍ଲାର ୯୪ଟି ଗାଁ ଧୋଇଯାଇଛି । ଯାହାଫଳରେ ପ୍ରାୟ ୨୪ ହଜାର ୬୮୧ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରବଳ ବର୍ଷାରେ ଭୂସ୍ଖଳନ ହୋଇଥିବାରୁ ଲୋକଙ୍କୁ ଯାତ୍ରା ଠାରୁ ଦୂରେଇ ରହିବାକୁ ଡିମା ହାସାଓଙ୍କ ଡେପୁଟି କମିଶନର ନାଜରିନ୍ ଅହମ୍ମଦ ପରାମର୍ଶ ଦେଇଛନ୍ତି। ଏହି କାରଣରୁ ରାସ୍ତାର ଅବସ୍ଥା ମଧ୍ୟ ଖରାପ ରହିଛି।
ଏଭଳି ପରିସ୍ଥିତି ବାତ୍ୟା ‘ଆସାନି’ ପାଇଁ ହୋଇଛି । ଅସାନି ଯୋଗୁ ପ୍ରବଳ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି । ଡିମା ହାସାଓର ହାଫଲଙ୍ଗରେ ଏକ ଭୂସ୍ଖଳନରେ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟାନ୍ୟ ଅଞ୍ଚଳରେ ସଡ଼କ ଓଭରଫ୍ଲୋ ଘଟଣା ଘଟିଥିବାର ସୂଚନା ମିଳିଛି।
Powered by Froala Editor