ହାଇୱା ଧକ୍କାରେ ୪ ଗୁରୁତର, ଚାଲିଗଲା ୨ ବଳଦଙ୍କ ଜୀବନ
ଦେବଗଡ: ଦିନକୁ ଦିନ ଦୁର୍ଘଟଣାର ମାତ୍ରା ବଢିବାରେ ଲାଗିଛି । ଗାଡି ଚଳାଇବାରେ ସାମାନ୍ୟ ଅସାବଧାନତା ହେତୁ ପରେ ବହୁ ମୂଲ୍ୟ ଦେବାକୁ ପଡୁଛି । ଅକାଳରେ ଅନେକ ଜୀବନ ମଧ୍ୟ ଚାଲିଯାଉଛି ।
ହାଇୱା ଧକ୍କାରେ ୪ଜଣ ଲୋକ ଗୁରୁତର ହେବା ସହ ୨ ବଳଦଙ୍କ ମୃତୁ୍ୟ ହୋଇଛି । ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି କୁଣ୍ଢେଇଗୋଳା ଥାନା ରଞ୍ଜଣା ନିକଟରେ । ହାଇୱାଟି ଦ୍ରୁତ ଗତିରେ ମାଢଡି ଆସି ଧକ୍କା ଦେଇଥିଲା । ଏହି ଧକ୍କାରେ ୪ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହାସହିତ ଘଟଣାସ୍ଥଳରେ ହିଁ ଦୁଇ ବଳଦଙ୍କ ଜୀବନ ଚାଲିଯାଇଥିଲା । ସେଠାରେ ଲୋକ ରୁଣ୍ଡ ହୋଇଯାଇଥିଲେ । ୪ ଜଣ ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିସôାଳୟ ଓ ଅନ୍ୟ ଦୁଇ ଜଣଙ୍କୁ ଅନୁଗୁଳ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଏଭଳି ଭୟଙ୍କର ସଡକ ଦୁର୍ଘଟଣା ପାଇଁ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
Powered by Froala Editor