ବାତ୍ୟା ଅସାନି ଦୁର୍ବଳ
ଭୁବନେଶ୍ବର: ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଅସାନି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ।
ଆଜି ସ୍ଥଳଭାଗ ଛୁଇଁବ ଅସାନି । ଆନ୍ଧ୍ରପ୍ରଦେଶ କାକିନାଡା- ବିଶାଖାପାଟଣା ଦେଇ ଗତି କରିବ ବାତ୍ୟା । ଗତକାଲି ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଆଜି ଭୀଷଣ ବାତ୍ୟାରୁ ଏହା ଦୁର୍ବଳ ହୋଇଛି । ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଅସାନି । ଆନ୍ଧ୍ରପ୍ରଦେଶ ମୁଁହା ବାତ୍ୟା ଅସାନି। ଏହାର ପ୍ରଭାବରେ ଓଡ଼ିଶାର ୮ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି ।ଅସାନି ପ୍ରଭାବ ମଙ୍ଗଳବାରଠୁ ରାଜ୍ୟରେ ଦେଖିବାକୁ ମିଳିଛି। କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା ଆରମ୍ଭ ହୋଇ ଯାଇଛି । ୧୩ ଯାଏ ସମୁଦ୍ରକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ପବନରେ ବେଗ ୫୦ରୁ ୬୦ କିମି ରହିବ । ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ରହିଛି ।
Powered by Froala Editor