ବାହାଘର ବେଳେ କଟିଗଲା ଲାଇନ୍, ବଦଳିଗଲେ ବର

ଲାଇନ୍ କଟିଗଲା । ହେଲେ ଅନ୍ଧାରରେ ବଦଳିଗଲେ ବର । ଏଭଳି ରୋଚକ ଖବର ଆସିଛି ମଧ୍ୟପ୍ରଦେଶର ଇଙ୍ଗୋରିଆରୁ । ବିଦ୍ୟୁତ୍ ଆସିବା ପରେ ବାହାଘରକୁ ବନ୍ଦ କରାଯାଇଥିଲା । ପରେ ଉଭୟ ଦୁଇ ବରକନ୍ୟାଙ୍କୁ ସକାଳ ସମୟରେ ବିବାହ କାର୍ଯ୍ୟରେ ସଂଶୋଧନ କରାଯାଇଥିଲା ।
ସୂଚନା ମୁତାବକ ଇଙ୍ଗୋରିଆ ଆସାଲାନା ଗାଁରେ ରମେଶଲାଲାଙ୍କ ତିନି ଝିଅ ଏବଂ ଗୋଟିଏ ପୁଅଙ୍କ ବିବାହ ଥିଲା । ରୀତିନୀତି ଅନୁଯାୟୀ ମମସ୍ତଙ୍କ ବିବାହ ସମ୍ପନ୍ନ ହେଉଥିଲା । ରମେଶଲାଲାଙ୍କ ଦୁଇ ଝିଅ ନିକିତା ଏବଂ କରିସ୍ମା ଡାଙ୍ଗୱାଡାର ଭୋଲା ଏବଂ ଗଣେଶଙ୍କୁ ବିବାହ କରିଥିଲେ। ଜଣେ ଝିଅ କରିସ୍ମା ଗଣେଶଙ୍କୁ ବିବାହ କରୁଥିବା ବେଳେ ଅନ୍ୟ ଜଣେ ଝିଅ ଭୋଲାଙ୍କୁ ବିବାହ କରୁଥିଲେ । ହେଲେ ସେହି ସମୟରେ ଲାଇନ୍ କଟିଗଲା । ଫଳରେ ନିକିତା ଗଣେଶଙ୍କ ହାତ ଧରିଥିଲେ ଏବଂ କରିସ୍ମା ଭୋଲାଙ୍କ ହାତ ଧରିଥିଲେ। ପରେ ବିଦ୍ୟୁତ୍ ଆସିବା ପରେ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଜୀବନସାରାର କଥା ହୋଇଥିବାରୁ ସକାଳେ ଏହି ବିବାହର ସଂଶୋଧନ କରାଯାଇଛି । ଉଭୟ କନ୍ୟା ସେମାନଙ୍କ ମନ ପସନ୍ଦର ସାଥୀଙ୍କ ହାତ ଧରିଛନ୍ତି ।
Powered by Froala Editor