ଦେଶଦ୍ରୋହ ଆଇନର ପୁନର୍ବିଚାର କରାଯିବ
ଦେଶଦ୍ରୋହ ମାମଲାରେ ଆଜି ସୁପ୍ରିମକୋର୍ଟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଦେଶଦ୍ରୋହ ଆଇନ(ଧାରା୧୨୪ଏ) ପୁନଃ ଯାଞ୍ଚ ଏବଂ ପୁନର୍ବିଚାର କରାଯିବ ବୋଲି କେନ୍ଦ୍ର କହିଛି। ଦେଶଦ୍ରୋହ ଆଇନର ସାମ୍ବାଧାନିକ ବୈଧତା ନେଇ ସୁପ୍ରିକୋର୍ଟରେ ମାମାଲା ରୁଜୁ ହୋଇଥିଲା। ମେ ୧୦ରେ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା। ଏ ସମ୍ପର୍କରେ ଆଜି ୩ ପେଜ ବିଶିଷ୍ଟ ଏକ ସତ୍ୟପାଠ ଦାଖଲ କରିଛି କେନ୍ଦ୍ର।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ବେଞ୍ଚକୁ ଅବଗତ କରି କେନ୍ଦ୍ର କହିଛି ଯେ, ଦେଶଦ୍ରୋହ ଆଇନର ବ୍ୟବସ୍ଥା ଉପରେ ପୁନଃବିଚାର ସହ ଯାଞ୍ଚ ହେବ। ଦାସତ୍ୱ ସମୟରେ ତିଆରି ଦେଶଦ୍ରୋହ ଆଇନ ଉପରେ ପୁନଃବିଚାର କରିବାର ଆବଶ୍ୟକତା ରହିଛି ।
ସତ୍ୟପାଠ ଦାଖଲ କରାଯାଇଥିବା ବେଳେ ଏଥିରେ ଆଜାଦି କା ଅମୃତ ମହୋତ୍ସବ (ସ୍ୱାଧୀନତାର ୭୫ତମ ବାର୍ଷିକ)ର ଭାବନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣରୁ ଭାରତ ସରକାର ଧାରା ୧୨୪-ଏ(ଦେଶଦ୍ରୋହ) ଆଇନର ବ୍ୟବସ୍ଥାକୁ ପୁଣି ଯାଞ୍ଚ ଓ ପୁନର୍ବିଚାର ଲାଗି ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରିଛନ୍ତି। ଏଣୁ ଯେଉଁ ପର୍ଯ୍ୟନ୍ତ ଆଇନର ଯାଞ୍ଚ ନ ହୋଇଛି ସେ ପର୍ଯ୍ୟନ୍ତ ଦେଶଦ୍ରୋହ ମାମଲା ନ ହଟାଇବାକୁ ସରକାର ଶୀର୍ଷ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି।
ଭାରତୀୟ ଦଣ୍ଡିବିଧି ଆଇନ (ଆଇପିସି)ର ଧାରା ୧୨୪-ଏର ସାମ୍ବିଧାନିକ ବୈଧତାକୁ ଚାଲେଞ୍ଜ କରି ସାମ୍ବାଦିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ଓ ରାଜନୈତିକ ନେତାଙ୍କ ଦ୍ୱାରା ରୁଜୁ ପିଟିସନ ନେଇ ସରକାର ପୂର୍ବରୁ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ପ୍ରସ୍ତୁତ ସତ୍ୟପାଠରେ ସରକାର ଆଇନକୁ ନେଇ ସାର୍ବଜନିକ ଡୋମେନରେ ଦେଶର ନ୍ୟାୟବିଦ, ଶିକ୍ଷାବିଦ୍ ଓ ବୁଦ୍ଧିଜୀବିମାନଙ୍କ ଅଲଗା ଅଲଗା ବିଚାର ମହଜୁଦ ଥିବା ଉଲ୍ଲେଖ କରିଥିଲେ। ଏଥିରେ ସରକାର ଔପନିବେଶିକ ବୋଝ ଦୂର କରିବା ଦିଗରେ କାମ କରିବାକୁ ଚାହୁଁଥିବା ଉଲ୍ଲେଖ କରିଥିଲେ।
Powered by Froala Editor