ଦିଲ୍ଲୀ ଅଭିମୁଖେ ରାଜ୍ୟ କଂଗ୍ରେସ ନେତା, ଆସନ୍ତାକାଲି ରାହୁଲ କରିବେ ଆଲୋଚନା
ଭୁବନେଶ୍ବର: ଦିଲ୍ଲୀ ଅଭିମୁଖେ ରାଜ୍ୟ କଂଗ୍ରେସ ନେତା । ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି କଂଗ୍ରେସ ନେତା ଏକାଧିକ ନେତା ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ତାଲିକାରେ ଅଛନ୍ତି, ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଚିରଞ୍ଜୀବ ବିଶ୍ବାଳ ।
କଂଗ୍ରେସ ନେତାମାନେ ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ଥିବା ଜଣାପଡିଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି, ବିଧାୟକ ଦଳ ନେତା ପରିବର୍ତ୍ତନ ସହ ଆସନ୍ତା ୨୦୨୪ ନିର୍ବାଚନରେ ଦଳକୁ ଅଧିକ ସୁଦୃଢ କରିବା ଦିଗରେ ଆଲୋଚନା ହେବ ବୋଲି ଜଣାପଡିଛି ।
ଆସନ୍ତାକାଲି ଦଳର ସମସ୍ତ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ହେଭିଓ୍ବେଟଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ପିସିସି ପଦ ପାଇଁ ବିଭିନ୍ନ ଗୋଷ୍ଠୀଙ୍କ ଲବି ଜୋରଦାର ହୋଇଛି । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବାକୁ ବିଧାୟକ ଗୋଷ୍ଠୀ ଦାବି କରିଛନ୍ତି । ଏହି ରେସରେ ଆଗରେ ଅଛନ୍ତି ମହମ୍ମଦ ମୋକିମ ଓ ତାରାପ୍ରସାଦ ବାହିନୀପତି । ସେହିପରି ଅନ୍ୟ ନେତାଙ୍କ ମଧ୍ୟରେ ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ନାଁ ଆଗରେ ଅଛି । ତେବେ ହାଇକମାଣ୍ଡ କାହାକୁ ପିସିସି ମଙ୍ଗ ଧରାଇବେ, ସେନେଇ ଦଳୀୟ ରାଜନୀତି ଉଷ୍ମ ରହିଛି ।
Powered by Froala Editor