ଭୟାବହ ଅଗ୍ନିକାଣ୍ଡ, ୭ ଜୀବନ୍ତ ଦଗ୍ଧ
ଭୋପାଳ: ମଧ୍ୟପ୍ରଦେଶ ଇନ୍ଦୋରରେ ଭୟାବହ ଅଗ୍ନିକାଣ୍ଡ । ଦୁଇ ମହଲା କୋଠାରେ ନିଆଁ ଲାଗିବା ଯୋଗୁଁ ୭ ଜଣ ଜୀବନ୍ତ ଦଗ୍ଧ । ଶନିବାର ଭୋର୍ ସମୟରେ ଏହି ବଡ ଅଘଟଣ ଘଟିଛି । ଘର ଭିତରୁ ଆହତ ଅବସ୍ଥାରେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ଅନୁମାନ କରାଯାଉଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି । ଦୀର୍ଘ ତିନି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଇନ୍ଦୋର ସ୍ଥିତ ସ୍ବର୍ଣ୍ଣ ବାଗ କଲୋନୀରେ ଥିବା ଏକ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ପ୍ରାୟ ୪ଟାରୁ ୫ଟା ମଧ୍ୟରେ ନିଆଁ ଲାଗିଥିବାର କୁହାଯାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
Powered by Froala Editor