ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେଉଛି । ଲଘୁଚାପଟି ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆଣ୍ଡାମାନ ସାଗରରେ ସୁଦୃଶ୍ୟ ହୋଇଛି ଲଘୁଚାପ । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ଆଗାମୀ ୧୨ଘଣ୍ଟାରେ ଏହା ଅବପାତରେ ପରିଣତ ହେବ ଓ ଏହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ତାହା କ୍ରମେ ୧୦ ତାରିଖ ସୁଦ୍ଧା ଆନ୍ଧ୍ର-ଓଡିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆଜି ଅବପାତରେ ପରିଣତ ହେଲା ପରେ ବାତ୍ୟା ନେଇ ଅଧିକ ସ୍ପଷ୍ଟତା ଆସିବ ।
ବାତ୍ୟା କେଉଁ ଉପକୂଳ ଛୁଇଁବ, କେବେ ଛୁଇଁବ ସେନେଇ ଆକଳନ କରିହେବ । ତେବେ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରାଯାଇଥିବାରୁ ମସô୍ୟଜୀବୀ ଫେରି ଆସିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ।
ସେ କହିଛନ୍ତି, ଆଇଏମ୍ଡି ପକ୍ଷରୁ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ସେହି ଅନୁଯାୟୀ ଏନଡିଆରଏଫ, ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ପ୍ଲାନ କରାଯିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ତାରିଖରେ ଗଂଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ତେବେ କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା ।
Powered by Froala Editor