ହଜିଯାଉଛି ମାନବିକତା, ଅଳିଆଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର
ଭୁବନେଶ୍ୱର: ଦିନକୁ ଦିନ ବିଗୁଡୁଛି ପରିସ୍ଥିତି। ବିଶୃଙ୍ଖଳିତ ହେଉଛି ପରିବେଶ। ମଣିଷର ମାନବିକତା ହଜିଯାଉଛି। ଆଜି ଏକ ଅଳିଆଗଦାରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଷ୍ଟେସନ୍ ବଜାର ଛକ କଦଳୀ ଗୋଦାମ ନିକଟ ଅଳିଆ ଗଦାରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଲକ୍ଷ୍ମୀସାଗର ଥାନା ପୋଲିସ୍ ଉକ୍ତ ଶିଶୁପୁତ୍ରଟିକୁ ହସ୍ପିଟାଲକୁ ନେଇଛି। ତେବେ କିଏ ଓ କେଉଁ ପରିସ୍ଥିିତିରେ ଅଳିଆ ଗଦାରେ ନବଜାତକକୁ ଫିଙ୍ଗି ଦେଇଛି, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor