ଢଙ୍କିଆରେ ପୁଣି ଉତ୍ତେଜନା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଢଙ୍କିଆରେ ପୁଣି ଉତ୍ତେଜନା ଦେଖାଦେଇଛି । ଗାଁ’କୁ ଛାଡୁନାହାନ୍ତି ସପକ୍ଷବାଦୀ । ଗାଁ’କୁ ପ୍ରବେଶବେଳେ ୧୩ଟି ସଙ୍ଗଠନର ପ୍ରତିନିଧିଙ୍କୁ ସପକ୍ଷବାଦୀ ଅଟକାଇଛନ୍ତି । ଆଜି ଜେଏସଡବ୍ଲୁ ପ୍ରସ୍ତାବିତ ପ୍ରକଳ୍ପ ଅଂଚଳକୁ ୧୩ଟି ସଙ୍ଗଠନର ପ୍ରତିନିଧି ଢିଙ୍କିଆ ଗସ୍ତ କରିଥିଲେ । ତେବେ ସେମାନଙ୍କୁ ଗାଁ’ ଭିତରକୁ ପ୍ରବେଶ ପାଇଁ ବିରୋଧ କରାଯାଇଛି । ଗାଁ’ଲୋକଙ୍କ ତୀବ୍ର ବିରୋଧ ପରେ ପ୍ରତିନିଧୀ ମଣ୍ଡଳୀ ସେଠାରୁ ଫେରିଆସିଛନ୍ତି । ସୂଚନା ଅନୁସାରେ ଦୀର୍ଘଦିନ ଧରି ଗାଁ’ରେ ବିରୋଧୀ ଓ ସପକ୍ଷଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।
ଗାଁ’ଲୋକଙ୍କ କହିବା ଅନୁସାରେ ବିଗତ ଦିନରେ ସେମାନେ ଗାଁ’କୁ ଆସି ଗାଁ’ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରି ଭାଇଚାରା ନଷ୍ଟ କରିଥିଲେ । ଗାଁ’ ଲୋକଙ୍କୁ ନେଇ ପୋଲିସ୍ ଠାରୁ ମାଡ ଖୁଆଇଥିଲେ । କିନ୍ତୁ ଏବେ ଗାଁ’ର ସ୍ଥିତି ଭଲ ରହିଛି । ଗାଁ’କୁ ଭାଇଚାରା ଫେରିଆସିଛି । ତେଣୁ ଗାଁ’ରେ ପୁଣି ବିଶୃଙ୍ଖଳା ସୃଷ୍ଟି ହେଉବୋଲି ସେମାନେ ଚାହୁଁନାହାନ୍ତି ।
Powered by Froala Editor