ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୟ ତୃତୀୟା ଶୁଭେଚ୍ଛା
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଟି ଶୁଭ ଅନୂକୁଳର ମହାପର୍ବ । ଏହି ପବିତ୍ର ଦିନରେ ରାଜ୍ୟର ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷକମାନେ ଆମ ମେରୁଦଣ୍ଡ ଖାଦ୍ୟ ସୁରକ୍ଷା ଆଧାରର ମୁଖ୍ୟ ଆଧାର । ଚାଷୀମାନେ ଆମର ଗର୍ବ ଓ ଗୌରବ । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଏହି ଅବସରରେ ଚାଷୀ ଭାଇଭଉଣୀଙ୍କ ସୁଖ ଓ ସମୃଦ୍ଧିମୟ ଜୀବନ କାମନା କରି କୃଷକ ଦିବସ ବା ପବିତ୍ର ଅକ୍ଷୟ ତୃତୀୟାରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ । ଓଡିଶାର ପାରମ୍ପରିକ ପରିବେଶରେ ଅକ୍ଷୟ ତୃତୀୟାର ମହାତ୍ମ୍ୟ ରହିଛି । ଆଜିର ଦିନରେ ଯେଉଁ କାର୍ୟ୍ୟ ଆରମ୍ଭ କଲେ ତାହା ସୁରୁଖୁରୁରେ ହୋଇଥାଏ ବୋଲି ବିଶ୍ବାସ ରହିଛି । ବିଶେଷ କରି ଏହି ଦିନ କୃଷକଙ୍କ ପାଇଁ ବେଶ୍ ଗୁରୁତ୍ବ ବହନ କରେ ।
ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହ ଜଡିତ ଏହି ଦିନଟି । ଓଡିଶା କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ ପ୍ରତିଟି ଓଡିଆ ପାଇଁ ଏହା ଏକ ବଡ ପର୍ବ । ଏହି ଦିନଟିକୁ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । ଆଜିଠୁ କୃଷିଭିତ୍ତିକ କାମର ଶୁଭାରମ୍ଭ ହୋଇଥାଏ । କୃଷିଭାଇ ଆଜିର ଦିନରୁ ଅଖିମୁଠି ଅନୁକୂଳ କରିଥାଏ । ଭଲ ଫସଲ ଅମଳର ଆଶା ରଖି କ୍ଷେତରେ ମହାଲକ୍ଷ୍ମୀ ଓ ଭୂମିଜାଙ୍କୁ ଆରାଧନା କରିଥାଏ ଚାଷୀ । ହଳ, ଲଙ୍ଗଳ ସହ ବିଭିନ୍ନ ଚାଷ ସାମଗ୍ରୀକୁ ପୂଜା କରିଥାଏ ।
Powered by Froala Editor