୨୪ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ
ଭୁବନେଶ୍ବର: ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ଆସନ୍ତା ୬ ତାରିଖରେ ନେବ ଲଘୁଚାପର ରୂପ । ଏନେଇ ପୂର୍ବାନୂମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନଥିବାବେଳେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି ।
ଏପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଲଘୁଚାପର ପରବର୍ତ୍ତି ସ୍ଥିତି ନେଇ କୌଣସି ଆକଳନ ହୋଇନାହିଁ । ଏହା ସୃଷ୍ଟି ହେବା ପରେ ଅଧିକ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ । ବିଗତ କିଛି ବର୍ଷ ହେଲା ଲଗାତାର ମେ ମାସରେ ବାତ୍ୟା ହେଉଥିବା ବେଳେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ଆଶଙ୍କାକୁ ବୃଦ୍ଧି କରୁଛି । ତେବେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜିବୀକୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି
Powered by Froala Editor