ବଢ଼ିଲା ସଂକ୍ରମଣ, ଲାଗିଲା କଟକଣା

ଲକ୍ଷ୍ନୌ: କିଛିଦିନ କମିବା ପରେ ଏବେ ପୁଣି ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଦୈନିକ ମାମଲା ବୃଦ୍ଧି ପାଉଛି । ଲଗାତାର ଭାବେ କରୋନା ଗ୍ରାଫ୍ ଉପରମୁହାଁ ହେଉଛି । ଏହାକୁ ଦୃଷ୍ଟିରେ ରଖି ଉତରପ୍ରଦେଶ ସରକାର କଡ଼଼ା କଟକଣା ଲାଗୁ କରିଛନ୍ତି । ୟୁପିର ଗୌତମ ବୁଦ୍ଧ ନଗରରେ ୧୪୪ ଧାରା ଲଗା ଯାଇଛି । ଏହା ୩୧ ମେ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ଗୌତମ ବୁଦ୍ଧ ନଗର କମିଶନରେଟ ପକ୍ଷରୁ ସାର୍ବଜନିକ ସ୍ଥାନରେ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ବିରୋଧ ପ୍ରଦର୍ଶନ କିମ୍ବା ଆନ୍ଦୋଳନ କରିବାକୁ ବାରଣ ହୋଇଛି ।
ସର୍ବସାଧାରଣ ସ୍ଥାନରେ ପୂଜାପାଠ ଓ ନମାଜ ପାଠ କରାଯାଇ ପାରିବ ନାହିଁ । କୋଭିଡ୍ ପ୍ରୋଟୋକଲ ଅନୁଯାୟୀ, ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତା ମୂଳକ କରାଯାଇଛି । ଗୌତମ ବୁଦ୍ଧ ନଗରରେ ମାସ୍କ ବ୍ୟବହାର କରିନଥିବା ପାଖାପାଖି ୧୦୦୦ ଲୋକଙ୍କ ଠାରୁ ଜରିମାନା ଆଦାୟ ହୋଇଛି । ଯେଉଁମାନେ କଟକଣା ନମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଅନ୍ୟ ଯେଉଁ ଅଞ୍ଚଳରେ ସଂକ୍ରମଣ ବ୍ୟାପିବ ସେଠାରେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।
Powered by Froala Editor