ନୂଆ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ଦାୟିତ୍ୱ ଗ୍ରହଣ

ଦେଶର ୨୯ତମ ସ୍ଥଳ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ମନୋଜ ପାଣ୍ଡେ। ସ୍ଥଳ ସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ଏମଏମ ନରଭାଣେଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଜେନେରାଲ ପାଣ୍ଡେ ଦେଶର ସେନାଧ୍ୟକ୍ଷ ଭାବେ କାମ ଆରମ୍ଭ କରିଛନ୍ତି। ଜେନେରାଲ ନରଭାଣେଙ୍କ ଠାରୁ ହିଁ ସେ ସ୍ଥଳ ସେନା ମୁଖ୍ୟ ପଦର ଦାୟିତ୍ୱ ଗ୍ରହଣ କରିଛନ୍ତି।
୧୯୬୨ ମସିହା ମେ ୬ ତାରିଖରେ ଜନ୍ମିତ ଜେନେରାଲ୍ ପାଣ୍ଡେ ୨ ବର୍ଷରୁ ଅଧିକକାଳ ପଦବୀରେ ରହିବେ। ନିୟମ ଅନୁସାରେ, ‘ସର୍ଭିସ୍ ଚିଫ୍’ମାନଙ୍କ କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷ। କିନ୍ତୁ, ତାହା ପୂର୍ବରୁ ଯଦି ତାଙ୍କୁ ୬୨ ବର୍ଷ ପୂରି ଯାଉଥିବ, ସେ ଅବସର ଗ୍ରହଣ କରିବେ। ଦୀର୍ଘ ୩୭ ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜେନେରାଲ ପାଣ୍ଡେ ଅପରେସନ ପରାକ୍ରମ ଓ ଅପରେସନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଦୀର୍ଘ ୩୯ ବର୍ଷ ହେଲାଣି ଭାରତୀୟ ସେନା ସହ ଜଡ଼ିତ ହୋଇ ରହିଛନ୍ତି। ଫେବୃଆରୀ ୧ ତାରିଖରେ ତାଙ୍କୁ ସ୍ଥଳ ସେନାର ଉପ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା।
ଭାରତୀୟ ସେନାର ଶୀର୍ଷ ପଦବୀରେ ନିଯୁକ୍ତି ପାଇବାରେ ଜେନେରାଲ୍ ପାଣ୍ଡେ ହେଉଛନ୍ତି ‘କର୍ପସ୍ ଅଫ୍ ଇଞ୍ଜିନିୟର୍ସ’ ବା ‘ସାପର୍ସ’ର ପ୍ରଥମ ଅଧିକାରୀ। ପୂର୍ବରୁ ‘ସାପର୍ସ’ର ଅଧିକାରୀମାନେ କମାଣ୍ଡର୍ ଓ ଉପ-ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଦ୍ଧା କଦାପି ସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇ ନ ଥିଲେ।
Powered by Froala Editor