ଅଭୟ ପାଠକଙ୍କ ସମ୍ପତ୍ତି ଆଟାଚ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଭୁବନେଶ୍ବର: ପୂର୍ବତନ ବହିଷ୍କୃତ ଆଇଏଫଏସ(ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(। ଏନେଇ ଇଡି ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର(ସୂଚନା ଅନୁସାରେ ଅଭୟଙ୍କ ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଛି ଇଡି ।
ମନି ଲଣ୍ଡରିଂ ଆକ୍ଟ ଆଧାରରେ ଏହି ସମସ୍ତ ଆୟ ବହିର୍ଭୁତ ସମ୍ପତ୍ତି ଆଟାଚ କରିଛି ଇଡି । ସୂଚନା ଅନୁସାରେ ୨୦୨୦ ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟ ପାଠକଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ଏହାପରେ ଅଭୟଙ୍କୁ ଗିରଫ ହୋଇଥିଲେ ।
Powered by Froala Editor