କରାଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ, ୪ ମୃତ
ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ଚୀନ ଶିକ୍ଷାର୍ଥୀ ରହିଛନ୍ତି। ସେହିପରି ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଶିକ୍ଷାର୍ଥୀ, ରେଞ୍ଜର ଓ ସିକ୍ୟୁରିଟି ଗାର୍ଡ ରହିଛନ୍ତି।
ପାକିସ୍ତାନର ସିନ୍ଧ ପ୍ରାନ୍ତର କରାଚି ସହର ସ୍ଥିତ ଏହି ବିଶ୍ୱବିଦ୍ୟାଳୟରେ ଏହି ପରି ବିସ୍ଫୋରଣ ଏକ ବଡ଼ ଘଟଣା। ବିସ୍ଫୋରଣ କରାଚି ବିଶ୍ୱବିଦ୍ୟାଳୟର କମର୍ସ ବିଭାଗ ନିକଟରେ ହୋଇଥିବା ଜଣାପଡିଛି। ସିନ୍ଧ ପୋଲିସ ଘଟଣାକୁ ସ୍ପଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହଙ୍କୁ ଏ ବାବଦରେ ସୂଚନା ଦିଆଯାଇଛି। ଘଟଣାରେ ପରେ ପୂରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୁରକ୍ଷାକର୍ମୀମାନେ ଘଟଣାସ୍ଥଳକୁ ଘେରି ଯାଇ ସର୍ଚ୍ଚ ଅପରେସନ କରୁଛନ୍ତି। ଦମକାଳ ବାହିନୀ ପହଞ୍ଚି ବିସ୍ଫୋରଣ ଯୋଗୁ ଘଟିଥିବା ଅଗ୍ନିକାଣ୍ଡକୁ ଲିଭାଇବାକୁ ପ୍ରୟାସ ଜାରି ରଖିଛି। ଫରେନ୍ସିକ ଟିମ ଓ ସନ୍ଧାନୀ କୁକୁରଙ୍କୁ ମଧ୍ୟ ଘଟଣାସ୍ଥଳକୁ ଅଣାଯାଇଛି।
Powered by Froala Editor