ସ୍ତ୍ରୀ କାଟିଲା ସ୍ବାମୀର ତଣ୍ଟି
ହାଇଦ୍ରାବାଦ: ବ୍ଲେଡରେ ସ୍ବାମୀର ତଣ୍ଟି କାଟି ହତ୍ୟା କରିବାକୁ ସ୍ତ୍ରୀର ଉଦ୍ୟମ । ଯାହା ପାଇଁ ମଥାରେ ସିନ୍ଦୂର ପିନ୍ଧିଥିଲା ନିଜ ହାତରେ ସେ ସିନ୍ଦୂର ପୋଛିବାକୁ କେମିତି ଏ କାଣ୍ଡ ଭିଆଇଲା ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ତେଲେଙ୍ଗାନାର ହାନାମକୋଣ୍ଡା ଜିଲ୍ଲା ଡାମରା ମଣ୍ଡଳର ପାସାରାଗୋଣ୍ଡାରେ ।
ସୂଚନାନୁସାରେ ମାସକ ତଳେ ରାଜୁ ଓ ଅର୍ଚ୍ଚନାଙ୍କ ବିବାହ ହୋଇଥିଲା । ଦୁଇଜଣଙ୍କ ମଧ୍ୟରେ ସବୁକିଛି ଠିକଠାକ ଚାଲିଥିବା କହିଛନ୍ତି ପରିବାର ଲୋକ । ରବିବାର ଅଚାନକ ଅର୍ଚ୍ଚନା ପାଗଳ ପରି ବ୍ୟବହାର କରିଥିଲା । ସୋମବାର ସକାଳୁ ରାଜୁର ଗଳା କାଟି ଦେଇଥିବା କହିଛନ୍ତି ପରିବାର । ତୁରନ୍ତ ରାଜୁକୁ ୱାରାଙ୍ଗଲା ଏମଜିଏମ ହସ୍ପିଟାଲ ନିଆଯାଇଥିଲା । ବର୍ତ୍ତମାନ ସେ ଚିକିତ୍ସିତ ଅଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।ଘଟଣା ବାବଦରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜୁଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇନାହିଁ । ରାଜୁ ଦେଇଥିବା ସୂଚନା ଆଧାରରେ ତଦନ୍ତ କରାଯିବ ।
Powered by Froala Editor