ପାକିସ୍ତାନୀ ବୋଟ୍ରୁ ୨୮୦ କୋଟି ଟଙ୍କାର ହେରୋଇନ୍ ଜବତ
ଗୁଜରାଟ ଉପକୂଳରୁ ପୁଣି ଥରେ ହେରୋଇନ୍ ଜବତ ହୋଇଛି। ଗୁଜରାଟର ଆତଙ୍କବାଦୀ ନିରୋଧୀ ସ୍କ୍ୱାର୍ଡ଼ ଏବଂ ଭାରତୀୟ ତଟରକ୍ଷିବାହିନୀ ମିଳିତ ଉଦ୍ୟମରେ ରଢ଼ାଉ କରାଯାଇ ୨୮୦ କୋଟି ଟଙ୍କାର ହେରୋଇନ୍ ଜବତ କରାଯାଇଛି। ଏହି ନିଷିଦ୍ଧ ନିଶାଦ୍ରବ୍ୟ ପାକିସ୍ତାନର ଅଲ ହଜ୍ ନାମକ ମାଛ ମରା ବୋଟରେ ଚାଲାଣ ହେଉଥିଲା। ଜବତ ବେଳେ ଉକ୍ତ ବୋଟରୁ ୯ ଜଣ କ୍ର୍ୟୁ ମେମ୍ବରଙ୍କୁ ଗିରଫ କରାଯାଇଛି।
ଆରବ ସାଗରର ଭାରତୀୟ ଇଲାକାରେ ପ୍ରବେଶ କରିବା ପରେ ଉକ୍ତ ଜାହାଜଟିକୁ ଯାଞ୍ଚ କରାଯାଥିଲା। ଚଢ଼ାଉ ବେଳେ ସେଥିରୁ ୨୮୦ କୋଟି ଟଙ୍କାର ହେରୋଇନ୍ ଜବତ କରାଯାଇଛି। ଅଧିକ ତଦନ୍ତ ନିମନ୍ତେ ଉକ୍ତ ବୋଟ୍ ଏବଂ ସେଥିରେ ଥିବା ପରିଚାରକମାନଙ୍କୁ ଗୁଜରାଟର କଚ୍ଛ ଜିଲ୍ଲାରେ ଥିବା ଜଖାଉ ବନ୍ଦରକୁ ଅଣାଯାଇଛି । ପାକିସ୍ତାନରୁ ‘ଡ୍ରଗ୍’ ଆସୁଛି ବୋଲି ‘ଏଟିଏସ୍’ ପୂର୍ବରୁ ସୂଚନା ପାଇବା ପରେ ଭାରତୀୟ ତଟରକ୍ଷୀ ସହଯୋଗରେ ସୀମାପାରିରୁ ଆସୁଥିବା ଉକ୍ତ ବୋଟ୍ ଦେଖିବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
Powered by Froala Editor