ପୌରାଞ୍ଚଳର ବିକାଶ ଲାଗି ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମହାନଗର, ପୌରାଞ୍ଚଳ ବିକାଶ ପ୍ରକ୍ରିୟାର ବିନ୍ଧାଣି ହେଉଛନ୍ତି ମେୟର ଓ ପୌରାଧ୍ୟକ୍ଷ । ମେୟର ଓ ପୌରାଧ୍ୟକ୍ଷଙ୍କୁ ସଠିକ ମାର୍ଗଦର୍ଶନ ମିଳିଲେ ସହରାଞ୍ଚଳର ବିକାଶ ତ୍ବରାନିତ୍ବ ହୋଇପାରିବ । ଏହାକୁ ଦୃଷ୍ଟିରେ ଦେଖି ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଚାଲିବ ମେୟର ଓ ପୌରାଧ୍ୟକ୍ଷଙ୍କ କର୍ମଶାଳା । ନବ ନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ନେଇ ଆୟୋଜନ ହେଉଛି ଦୁଇଦିନିଆ କର୍ମଶାଳା । ଲୋକସେବା ଭବନରେ ଆଜି ଠାରୁ ହେଉଥିବା କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ପୌରାଞ୍ଚଳର ବିକାଶ ଲାଗି ଉପସ୍ଥିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଟିପ୍ସ ଦେବେ ମୁଖ୍ୟମନ୍ତ୍ରୀ ।
ଏହାସହ କାର୍ୟ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ବିଭାଗୀୟ ସଚିବ ଜି ମାଥିଭାତାନନ ପ୍ରମୁଖ ଉପସ୍ଥିତ ରହିବେ ।
Powered by Froala Editor