ଟ୍ୟୁରିଷ୍ଟ ଭିସା ବାତିଲ କଲା ଭାରତ, ଚୀନରୁ ଆସିପାରିବେନି ପର୍ଯ୍ୟଟକ
ଚୀନରୁ ଆଉ ଭାରତ ଆସିପାରିବେନି ପର୍ଯ୍ୟଟକ । ଏ ବିଷୟରେ ସୂଚନା ଦେଇଛି ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) । ଚୀନ ୨୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅନୁମତି ନଦେବା ପରେ ଭାରତ ଏଭଳି ନିଷ୍ପତ୍ତି ନେଇଛି। କୋଭିଡ ପାଇଁ ଚୀନରୁ ଭାରତ ଫେରିଥିଲେ ଛାତ୍ରଛାତ୍ରୀ । ହେଲେ ସେମାନଙ୍କୁ ପୁଣି ଚୀନ ଫେରାଇ ନେବାକୁ ଯୋଜନା କରଯାଉଛି । ଏହାରି ଭିତରେ ଚୀନକୁ ଜବାବ ଦେବାକୁ ଭାରତ ସରକାର କଡ଼ା ପଦକ୍ଷେପ ନେଇଛନ୍ତି ।
ବିଦେଶୀଙ୍କୁ ଟ୍ୟୁରିଷ୍ଟ ଭିସା ନେଇ ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (ଆଇଏଟିଏ) ଟ୍ୟୁରିଷ୍ଟ ଭିସାକୁ ନେଇ ନୂଆ ଅପଡେଟ ପ୍ରକାଶ କରିଛି । ଏହାଦ୍ବାରା ବିଭିନ୍ନ ଦେଶର ଏୟାରଲାଇନ୍ସମାନେ ଜାଣି ପାରିବେ କେଉଁ ଦେଶର ଲୋକ କେଉଁ ଦେଶକୁ, କେଉଁ ଭିସାରେ ଯାଇ ପାରିବେ । ଏହାଦ୍ବାରା ବିଦେଶୀ ନାଗରିକ କୌଣସି ଦେଶକୁ ଯିବା ବେଳେ ଯାଞ୍ଚରେ ସୁବିଧା ହୋଇପାରିବ । ଭାରତ ସମ୍ପର୍କୀତ ଅପଡେଟ ଆଇଏଟିଏ ଏପ୍ରିଲ ୧୯ ତାରିଖରେ ଜାରି କରିଛି । ଏହାଦ୍ବାରା ଇ-ଟ୍ୟୁରିଷ୍ଟ ଭିସାରେ କେଉଁ ଦେଶର ନାଗରିକ ଭାରତକୁ ଆସି ପାରିବେ ତାହାର ଲିଷ୍ଟ ପ୍ରକାଶ ପାଇଛି । ଏଥିରେ ଭୁଟାନ, ମାଲଦ୍ବୀପ ଓ ନେପାଳ ନାଗରିକଙ୍କୁ ଟ୍ୟୁରିଷ୍ଟ ଭିସାରେ ଭାରତ ଆସିବା ପାଇଁ ଅନୁମତି ମିଳିଛି ।
ମାର୍ଚ୍ଚ ୧୭ରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଥିଲେ ଯେ, ଚୀନର କଡା ପ୍ରତିବନ୍ଧକ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ଏକାଡେମିକ କ୍ୟାରିଅରକୁ ବିପଦରେ ପକାଉଥିବାରୁ ଭାରତ ବେଜିଂକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ଅନୁରୋଧ କରିଛି। ତେବେ ଏପର୍ଯ୍ୟନ୍ତ ଚୀନ ଏଦିଗରେ କୌଣସି ପଦକ୍ଷେପ ନେଇନଥିବାରୁ ଭାରତ ପର୍ଯ୍ୟଟନ ଭିସାକୁ ବାତିଲ କରିଦେଇଛି।
Powered by Froala Editor