ସୋସିଆଲ ମିଡିଆକୁ ଆସିଲା ଟିନାଙ୍କ ଦ୍ୱିତୀୟ ବିବାହ ଫଟୋ

ଆଇଏଏସ ଯୋଡ଼ି ଟିନା ଡାବି ଏବଂ ତାଙ୍କ ସ୍ୱାମୀ ଡ.ପ୍ରଦୀପା ଗାୱେଣ୍ଡେଙ୍କ ବିବାହ ବେଳର ଫଟୋ ଏବେ ସାମ୍ନାକୁ ଆସିଛି। ଗତ ବୁଧବାର ଉଭୟଙ୍କ ବାହାଘର ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ହୋଇଛି। ସେମାନଙ୍କ ବିବାହକୁ ୨ ଦିନ ବିତିଯିବା ପରେ ଏବେ ଟ୍ବିଟର୍ରେ ତାଙ୍କ ବିବାହ ବେଳର ଏକ ଫଟୋ ଭାଇରାଲ୍ ହୋଇଛି। ବିବାହ ବେଳେ ଉଭୟ ବେଶ ଖୁସିଥିବା କ୍ୟାମେରାରେ କଏଦ ହୋଇଛି । ଉଭୟ ଟିନା ଓ ପ୍ରଦୀପ ତାଙ୍କ ବିବାହ ସମୟରେ ଧଳା ରଂଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି।
୨୦୧୬ ବ୍ୟାଚ୍ର ଆଇଏସର ଅଫିସର ଡାବି ରାଜସ୍ଥାନ କ୍ୟାଡରର ହୋଇଥିବା ବେଳେ ତାଙ୍କ ପାର୍ଟନର ପ୍ରଦୀପ ଗାୱାଣ୍ଡେ ୨୦୧୩ ବ୍ୟାଚ୍ର ଆଇଏଏସ ଅଫିସର। ଉଭୟେ ରାଜସ୍ଥାନରେ ପୋଷ୍ଟିଂ ହୋଇଛନ୍ତି। ଟିନା ବର୍ତ୍ତମାନ ରାଜସ୍ଥାନ ସରକାରଙ୍କ ଅର୍ଥ ବିଭାଗଗରେ ଯୁଗ୍ମ ନିର୍ଦ୍ଦେଶକ ଥିବା ବେଳେ ତାଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ଐତିହ୍ୟ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ଅଛନ୍ତି। କୋଭିଡ୍ ପାନଡେମିକ ସମୟରେ ଦୁହିଙ୍କୁ ପରିବହନ ସମ୍ପର୍କିତ ଦାୟିତ୍ୱ ମିଳିଥିବା ସମ୍ପର୍କ ଯୋଡ଼ି ହୋଇଥିଲା। ପରେ ଉଭଙ୍କ ମଧ୍ୟରେ ପ୍ରେମ ହୋଇଯାଥିଲା। ଟିନା କହିଛନ୍ତି ଯେ, ପାନଡେମିକ ସମୟରେ ଆମ ଦୁହିଙ୍କ ମଧ୍ୟରେ ଭେଟ ହୋଇଥିଲା । ପରେ ପ୍ରଦୀପ ଗାୱାଣ୍ଡେ ତାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ଟିନା ଡାବି ପ୍ରଥମ ସ୍ବାମୀ ଆଇଏଏସ୍ ଅଥର ଖାନଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ଥର ପାଇଁ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଛନ୍ତି । ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିି ନେଇଥିଲେ । କିନ୍ତୁ ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।
Powered by Froala Editor