ବାହାଘର ଭୋଜି ଖାଇ ୧୬ ଅସୁସ୍ଥ
ସମ୍ବଲପୁର: ବାହାଘର ଭୋଜି ଭୋଜି ଖାଇ ୧୬ଜଣ ଅସୁସ୍ଥ । ସମ୍ବଲପୁର ଜିଲ୍ଲା ଗୋଶାଳା ବଉଦିଆପଡ଼ାରେ ଏଭଳି ଅଘଟଣ ଘଟିଛି । ସମସ୍ତ ଅସୁସ୍ଥଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ଶିଶୁ ଥିବା ଜଣାପଡ଼ିଛି ।
ଗତକାଲି ବିଲମ୍ବିତ ରାତିରେ ବୌଦ୍ଧ ଜିଲ୍ଲାର ବଗିଆପଡ଼ାରୁ ଝିଅ ଛାଡ଼ିବା ପାଇଁ ପ୍ରାୟ ୫୦ ଜଣ କନ୍ୟାପକ୍ଷ ଲୋକ ସମ୍ବଲପୁର ଜିଲ୍ଲାର ଗୋଶାଳା ବଉଦିଆପଡ଼ାକୁ ଆସିଥିଲେ । ଜ୍ବାଇଁ ଘରେ ବାହାଘର ଭୋଜି ଖାଇଥିଲେ । ଖାଦ୍ୟ ଖାଇବା ପରେ ଜଣଙ୍କ ପରେ ଜଣେ ବାନ୍ତି କରିବା ଆରମ୍ଭ କରିଥିଲେ । ଅନେକଙ୍କ ଅବସ୍ଥା ଗୁରୁତର ହେବାରୁ ସଭିଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। । ସେଠାରେ ଓପିଡିରେ ୧୬ ଜଣ ଅସୁସ୍ଥଙ୍କୁ ରଖାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳା ଓ ଜଣେ ପୁରୁଷଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ତେବେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଅଛନ୍ତି । ବିଷାକ୍ତ ଖାଦ୍ୟ ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି । ପ୍ରାଥମିକ ଚିକତ୍ସା ପରେ ସମସ୍ତେ ସୁସ୍ଥ ହୋଇ ବୌଦ୍ଧ ଫେରିଯାଇଛନ୍ତି ।
Powered by Froala Editor